Google Pixel ନା iPhone 16, ଜାଣନ୍ତୁ କେଉଁ ଫୋନ୍ କଣିଲେ ରହିବେ ଅଧିକ ଲାଭରେ
Google Pixel 9 vs iPhone 16: ଗୁଗୁଲ୍ ନିକଟରେ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ସିରିଜ୍ ଗୁଗୁଲ୍ ପିକ୍ସେଲ୍ 9 ଲଞ୍ଚ କରିଛି। ଏହା ସହିତ କମ୍ପାନୀ ଚାରୋଟି ମଡେଲ ପିକ୍ସେଲ 9, ପିକ୍ସେଲ 9 ପ୍ରୋ, ପିକ୍ସେଲ 9 ପ୍ରୋ ଏକ୍ସଏଲ ଏବଂ ପିକ୍ସେଲ 9 ପ୍ରୋ ଫୋଲ୍ଡ ଲଞ୍ଚ କରିଛି। ଅନ୍ୟ ପକ୍ଷରେ ଆପଲ୍ ଗତକାଲି ଆଇଫୋନ୍ 16 ସିରିଜ୍ ମଧ୍ୟ ଲଞ୍ଚ କରିଛି । ଯାହା ପରେ ଆଜିର ଟେକ୍ ମାର୍କେଟ୍ ସରଗରମ ରହିଛି । ଆଇଫୋନ୍ 16 ସିରିଜ୍ ଅଧୀନରେ ଆପଲ୍ ଆଇଫୋନ୍ 16, ଆଇଫୋନ୍ 16 ପ୍ଲସ୍, ଆଇଫୋନ୍ 16 ପ୍ରୋ ଏବଂ ଆଇଫୋନ୍ 16 ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି।
ତେବେ ବର୍ତ୍ତମାନ ଅନେକ ୟୁଜର୍ସ ଟିକେ ଦ୍ୱନ୍ଦରେ ପଡିଯାଇଛନ୍ତି, କେଉଁ ଫୋନ୍ କିଣିବେ ଆଇଫୋନ୍ 16 ନା ଗୁଗୁଲ୍ ପିକ୍ସେଲ୍ 9 । ତେବେ ଚାଲନ୍ତୁ ଜାଣିବା ଦୁଇଟି ଫୋନ୍ ମଧ୍ୟରେ ପାର୍ଥକ୍ୟ ଏବଂ ମୂଲ୍ୟରେ କେତେ ରହିଛି ଫରକ ।

ଗୁଗୁଲ୍ ପିକ୍ସେଲ 9 ସ୍ମାର୍ଟଫୋନରେ 6.9 -ଇଞ୍ଚର OLED ଡିସପ୍ଲେ ରହିଛି । ଏହାର ରେଜୋଲୁସନ ହେଉଛି 1080 x 2424 ପିକ୍ସେଲ ଏବଂ ପିକ୍ ବ୍ରାଇଡନେସ୍ ହେଉଛି 2700 ନଟ୍ସ । ଏହି ଡିସପ୍ଲେ HDR ସହିତ ଆସିଥାଏ, 120Hz ପର୍ଯ୍ୟନ୍ତ ରିଫ୍ରେସ୍ ରେଟ୍ ସପୋର୍ଟ ସହ ଆସିଥାଏ । ଏହି ଗୁଗୁଲ୍ ଫୋନ୍ Gorilla Glass Victus 2'ର ପ୍ରୋଟେକ୍ସନ ସହ ଲଞ୍ଚ ହୋଇଛି ।
Google Pixel 9 ସ୍ମାର୍ଟଫୋନରେ କମ୍ପାନୀ Tensor G4 ପ୍ରୋସେସର୍ ଦେଇଛି । ଏହା ବ୍ୟତୀତ ଫୋନ୍ Titan M2 ସହ-ସୁରକ୍ଷା ପ୍ରୋସେସର୍ ସହିତ ମଧ୍ୟ ପ୍ରଦାନ କରାଯାଇଛି । ଏହି ଫୋନରେ 12GB RAM ଏବଂ 256GB ଷ୍ଟୋରେଜ୍ ରହିଛି ।
ଗୁଗୁଲ୍ ପିକ୍ସେଲ 9 ସ୍ମାର୍ଟଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଉପଲବ୍ଧ । ଏହି ଫୋନରେ 50 ମେଗାପିକ୍ସେଲର ପ୍ରାଥମିକ କ୍ୟାମେରା ଅଛି ଯାହା ଅପ୍ଟିକାଲ୍ ଇମେଜ୍ ସ୍ଥିରତା ସହିତ ଆସିଥାଏ । ଏହି ଫୋନରେ 48 ମେଗାପିକ୍ସେଲ ଅଲଟ୍ରା ୱାଇଡ୍ କ୍ୟାମେରା ଲେନ୍ସ ମଧ୍ୟ ଅଛି । ଏହାସହ 10.5 ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି ।
ଭାରତରେ ଗୁଗୁଲ୍ ପିକ୍ସେଲ 9 ର ମୂଲ୍ୟ 79,999 ରୁ ଆରମ୍ଭ ହୋଇଛି। ଏହି ଫୋନର ଚାରୋଟି ରଙ୍ଗ ମାର୍କେଟରେ ରହିଛି Peony, Porcelain, Obsidian,ଏବଂ Wintergreen ଆପଲ୍ ଆଇଫୋନ୍ 16 ଲଞ୍ଚ ହୋଇଛି । ଏହାକୁ ନୂଆ ରଙ୍ଗ ଅଲଟ୍ରାମରିନ୍, ଟିଲ୍ ଏବଂ ଗୋଲାପୀ ରଙ୍ଗରେ ଲଞ୍ଚ କରାଯାଇଛି । ଏହା ବ୍ୟତୀତ ଏହା ଧଳା ଏବଂ କଳା ରଙ୍ଗରେ ମଧ୍ୟ ଲଞ୍ଚ କରାଯାଇଛି। ଆପଲ୍ ଏକ ଶକ୍ତିଶାଳୀ ସେରାମିକ୍ ଶିଲ୍ଡ ଏବଂ ଗ୍ଲାସ୍ ଫିନିଶ୍ ପ୍ରଦାନ କରିବାକୁ ଆପଲ୍ ମଧ୍ୟ ଦାବି କରିଛି । ଏଥିରେ 2000 ନେଟସ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟେସ୍ ରହିଛି । ଯାହା କଠିନ ସୂର୍ଯ୍ୟ କିରଣରେ ମଧ୍ୟ କନଟେଣ୍ଟ ଦେଖିବାରେ ସାହାଯ୍ୟ କରେ ।
ଆଇଫୋନ୍ 16 ର ମୂଲ୍ୟ
ଭାରତରେ ଆଇଫୋନ୍ 16 ମୂଲ୍ୟ 79,900 ରୁ ଆରମ୍ଭ ହେବ । ଏହି ସିରିଜ୍ ପାଇଁ ପ୍ରି-ଅର୍ଡର 13 ସେପ୍ଟେମ୍ବରରେ ଅପରାହ୍ନ 5:30 ରୁ ଆରମ୍ଭ ହୋଇଥିବାବେଳେ ସେଲ୍ 20 ସେପ୍ଟେମ୍ବରରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।












Click it and Unblock the Notifications