ଧୋକା ଦେଲା Google Maps! ଜଙ୍ଗଲ ଭିତରେ ରାତି ବିତାଇଲେ ପୂରା ପରିବାର

ପାଟ୍‌ନା: ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ମାୟାରେ ବାୟା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବାର ଏକ ମାମଲା ଏବେ ସାମ୍ନାକୁ ଆସିଛି। ନିକଟରେ ଗୁଗୁଲ ମ୍ୟାପ୍‌କୁ ଭରସା କରି ଅନେକ ଜୀବନ ଯାଇଛି। ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ପରିବାରକୁ ଗୁଗୁଲ ମ୍ୟାପ୍‌ ଉପରେ ଭରସା କରିବା ମହଙ୍ଗା ପଡିଛି।

ସର୍ଟକଟ୍ ରାସ୍ତା ବାଛିବା ପାଇଁ ପରିବାର ଲୋକେ ଗୁଗଲ ମ୍ୟାପର ସାହାରା ନେଇଥିବା ବେଳେ ଧୋକା ଦେଇଦେଲା ଟେକ୍ନୋଲୋଜି । ଫଳରେ ଜଙ୍ଗଲ ଭିତରେ ରାତି ବିତାଇଲେ ପରିବାର । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏଭିଳି ଘଟଣା । ବିହାରର ଏକ ପରିବାର ଗୋଆ ଯାଉଥିବା ବେଳେ ଗୁଗୁଲ ମ୍ୟାପର ସାହାରା ନେଇଥିଲେ । ତେବେ ନାଭିଗେସନ ଅନୁସାରେ, ସେମାନେ ଆଗକୁ ବଢୁଥିବା ବେଳେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ ପରିବାର । ଏହାପରେ ନେଟଓ୍ବର୍କ କଟିଯିବା କାରଣରୁ ସେମାନେ ଆଉ ଆଗକୁ ବଢିପାରି ନଥିଲେ ।

Google Maps shortcut

କେବଳ ସେତିକି ନୁହେଁ ମୋବାଇଲ୍‌ ନେଟ୍‌ଓ୍ୱର୍କ କନେକ୍‌ସନ ନଥିବାରୁ ହରଡଘଣାରେ ପଡିଥିଲେ। ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତ ସଫଳ ହୋଇପାରି ନଥିଲେ। ତେଣୁ ବାଧ୍ୟ ହୋଇ ପୂରା ପରିବାରକୁ ଜଙ୍ଗଲ ଭିତରେ ହିଁ ରାତି ବିତାଇବାକୁ ପଡିଥିଲା।

ପରଦିନ ସକାଳେ, ୪ କିଲୋମିଟର ଚାଲିବା ପରେ ମୋବାଇଲ୍‌ ନେଟୱାର୍କ ପାଇଥିଲେ। ଏହାପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨କୁ ଫୋନ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+