ଗୁଲୁଲ ମ୍ୟାପ ନେଲା ୩ ସାଙ୍ଗଙ୍କ ଜୀବନ; ଠିକ୍ ବଦଳରେ ଦେଖାଉଥିଲା ଭୁଲ ରାସ୍ତା

ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍‌। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍‌ ମୃତ୍ୟୁର କାରଣ ସାଜିଛି। ଗୁଗୁଲ ମ୍ୟାପ୍‌ ପାଇଁ ଅକାଳରେ ଚାଲିଛି ତିନି ଜଣଙ୍କ ଜୀବନ। ଅଧା ଗଢ଼ା ପୋଲରୁ ଖସି ପଡିଛି କାର୍‌। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶରେ।

Google map

ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍‌ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ସାହାରା ନେଇଥିଲେ ଗୁଗୁଲ ମ୍ୟାପ୍‌ର। ଯେଉଁ ବାଟ କଢ଼େଇ ନେଲା ଗୁଗୁଲ ମ୍ୟାପ୍‌ ସେହି ବାଟ ଦେଇ ଚାଲିଥିଲେ କାର୍‌ ଡ୍ରାଇଭର। ଶେଷରେ ଗୁଗୁଲ ମ୍ୟାପ୍‌ର ଜିପିଏସ୍‌ ସିଷ୍ଟମ୍‌ ସେମାନଙ୍କୁ ଏକ ଅଧା ଗଢ଼ା ପୋଲ ଉପରେ ଆଣି ଛାଡି ଦେଇଥିଲା।

ଗୁଗଲ ମ୍ୟାପ୍‌ର ନିର୍ଦ୍ଦେଶ ଅନୁସାରେ କାର୍ ନେଇ ପୋଲ ଉପରକୁ ଚଢ଼ି ଯାଇଥିଲେ ଏମାନେ। ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇ ନଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଶୁଖି ଯାଇଥିବା ରାମଗଙ୍ଗା ନଦୀ ଖସି ପଡ଼ିଥିଲା। ୫୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ପରଦିନ ସକାଳେ ସ୍ଥାନୀୟ ଲୋକ କାର୍ ସହିତ ୩ ଜଣ ଲୋକଙ୍କ ମୃତଦେହ ଠାବ୍ କରିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜବତ ହୋଇଥିବା କାର୍‌ଟି ଏକ ୱାଗନ ଆର୍ ଥିଲା। ବରେଲିର ଫରିଦପୁର ପୁଲିସ ଷ୍ଟେସନ ପରିସରର ଖାଲପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ରାମଗଙ୍ଗା ନଦୀ ଉପରେ ଫରିଦପୁର-ବାଦାଉଁର ଦାତ୍ତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜରୁ କାର୍‌ଟି ଖସିପଡ଼ିଛି। କାରରେ ଥିବା ଯାତ୍ରୀମାନେ ଥିଲେ ଫାରୁଖବାଦର ବିବେକ କୁମାର, ଅମିତ ଏବଂ କୌଶଲ। ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଗାଡିଟି ଦତ୍ତାଗଞ୍ଜରୁ ଆସୁଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+