ଗୁଗଲ୍ ଲଞ୍ଚ କଲା 'ଇଣ୍ଡିଆ କି ଉଡାନ'
ଗୁଗଲ୍ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ 'ଇଣ୍ଡିଆ କି ଉଡ଼ାନ' ନାମରେ ଏକ ଡିଜିଟାଲ ସଂଗ୍ରହ ଲଞ୍ଚ କରିଛି ।
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଧୀନତାର 75ତମ ଦିବସ ପାଳନ କରିବ ଭାରତ । ଏ ନେଇ ସାରା ଦେଶର ଉତ୍ସାହର ମାହୋଲ ଥିବାବେଳେ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ମଧ୍ୟ ଏହି ଦିବସକୁ ପାଳନ କରିବ । ଏଥିଲାଗି ଗୁଗଲ୍ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ 'ଇଣ୍ଡିଆ କି ଉଡ଼ାନ' ନାମରେ ଏକ ଡିଜିଟାଲ ସଂଗ୍ରହ ଲଞ୍ଚ କରିଛି ।

ଏହି କାର୍ଯ୍ୟକ୍ରମରେ ଗୁଗଲ୍ 'ଡୁଡଲ ଫର ଗୁଗଲ୍' ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଛି । ଏଥିରେ ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗିତାରେ ଯିଏ ବିଜୟ ହେବ ତାର କଳାକୃତିକୁ ନଭେମ୍ବର 14 ତାରିଖରେ ଭାରତରେ ଗୁଗଲ୍ ହୋମପେଜରେ ଦର୍ଶାଯିବ । ଏହାସହିତ ତାକୁ 5 ଲକ୍ଷ ଟଙ୍କା ମିଳିବା ସହିତ ସେ ପଢୁଥିବା ସ୍କୁଲକୁ 2 ଲକ୍ଷ ପୁରସ୍କାର ରାଶି ମିଳିବ ।












Click it and Unblock the Notifications