୧ ସେପ୍ଚେମ୍ବରରୁ ବଦଳି ଯିବ ଗୁଗଲ୍ ଏହି ନିୟମ
Google: ଗୁଗୁଲ ହେଉଛି ବିଶ୍ୱର ସର୍ବବୃହତ୍ତ ସର୍ଚ୍ଚ ଇଞ୍ଜିନ୍ ଯାହା ଲୋକଙ୍କ କାର୍ଯ୍ୟକୁ ଆହୁରି ସହଜ କରିଦେଇଥାଏ । ବର୍ତ୍ତମାନ ଗୁଗୁଲ ସେପ୍ଟେମ୍ବର 1 ରୁ ଏହାର ପଲିସିରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ପଲିସି ପରିବର୍ତ୍ତନର ପ୍ରଭାବ ଗୁଗୁଲ ପ୍ଲେ ଷ୍ଟୋରରେ ଉପରେ ପଡିବ । ଲୋକମାନେ ସ୍ପାମ୍ କଲ୍ ସ୍ପାମ୍ ମେସେଜ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି ।

ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ ଅନେକ ପଦକ୍ଷେପ ନେଇଛି। ତେବେ ଏହି ପରିବର୍ତ୍ତନ ଯୋଗୁଁ ଉପଭୋକ୍ତାମାନେ ଏକ ଉତ୍ତମ ଅଭିଜ୍ଞତା ପାଇପାରିବେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ହଜାର ହଜାର ନିମ୍ନ ମାନର ଆପ୍ ହଟାଇବାର ନିଷ୍ପତ୍ତି ନେଇଛି ।
ତେବେ ଗୁଣାତ୍ମକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗୁଗୁଲ ଏହି ନିଷ୍ପତ୍ତି ନେଇଛି । ଏହା ସୁରକ୍ଷା ଏବଂ ଗୋପନୀୟତା ସହିତ ମଧ୍ୟ ଜଡିତ । ତେବେ ଲୋ ବେଲ୍ଟ କ୍ୟାଲିଟି ଓ ଖରାପ ଡିଜାଇନ ହୋଇଥିବା ଆପଗୁଡ଼ିକ ମାଲୱେର୍ ର ଉତ୍ସ ହୋଇପାରେ । ଏହି ଆପ୍ ଗୁଡିକ ୟୁଜର୍ସଙ୍କର ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି କରିବା ପାଇଁ ଉଦ୍ୟମ କରିଥାନ୍ତି । ସେଥିପାଇଁ ଗୁଗୁଲ ବର୍ତ୍ତମାନ ଏହିପରି ଆପକୁ ନିଜ ପ୍ଲେ ଷ୍ଟୋରରୁ ହଟାଇବାର ନିଷ୍ପତ୍ତି ନେଇଛି ।
ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ବର୍ତ୍ତମାନ ହଜାରରୁ ଅଧିକ ଆପ୍ ଅଛି ଯାହାର ଡିଜାଇନ୍ ଏବଂ କ୍ୟାଲିଟି ଖୁବ ଖରାପ ରହିଛି । କିନ୍ତୁ ଏହା ଉପଭୋକ୍ତାମାନଙ୍କୁ ପ୍ରିମିୟମ୍ ସେବା ପ୍ରଦାନ କରେ କିନ୍ତୁ ଏହାର ପ୍ରତିବଦଳରେ, ଏହି ଆପଗୁଡ଼ିକ ଉପଭୋକ୍ତାମାନଙ୍କ ଠାରୁ ସେମାନଙ୍କର ସମ୍ପର୍କ, ଫଟୋ ଏବଂ ଜିମେଲରେ ପ୍ରବେଶ କରି ହ୍ୟାକ୍ କରିବା ପାଇଁ ଚେଷ୍ଟା କରିଥାଏ । ଏପରି ପରିସ୍ଥିତିରେ, ଯଦି ସ୍ମାର୍ଟଫୋନରେ କୌଣସି ନିମ୍ନ ମାନର ଆପ୍ ଥାଏ, ତେବେ ଏହାକୁ ସେପ୍ଟେମ୍ବର 1 ରୁ ଗୁଗଲ୍ ଡିଆକ୍ଟିଭ୍ କରି ଦେବ ।












Click it and Unblock the Notifications