Get Updates
Get notified of breaking news, exclusive insights, and must-see stories!

ପ୍ଲେ ଷ୍ଟୋରରୁ ଏହି ୨ ଆପ୍ ହଟାଇଲା ଗୁଗୁଲ୍ , ଜାଣନ୍ତୁ କେଉଁ ଆପକୁ ହଟାଇଛି ଗୁଗୁଲ

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ । ଆଉ ଏହି ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରାକାର ବହୁତ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି । କିନ୍ତୁ ସାଇବର ଠକେଇରେ ଲାଗୁନି ବ୍ରେକ୍ । ଆଉ ବର୍ତ୍ତମାନ ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ (ଡଟ୍‌) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋରରୁ ଦୁଇଟି ଆପ୍ ହଟାଇଛନ୍ତି । ଏହି ଆପ୍ ଦୁଇଟି ଭାରତରେ ଇସିମ୍ ସେବା ଯୋଗାଇ ଦେଉଥିଲା ।

ଏଥିସହିତ ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏବଂ ଟେଲିକମ୍ କମ୍ପାନି ଗୁଡ଼ିକୁ ମଧ୍ୟ ଭାରତରେ ଉକ୍ତ ଦୁଇଟି ଆପ୍‌ର ୱେବସାଇଟ୍‌କୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଷିଦ୍ଧ ହୋଇଥିବା ଏହି ଆପ୍ ଦୁଇଟି ହେଲା ଏରାଲୋ ଏବଂ ହୋଲାଫ୍ଲାଏ । ଏହି ୨ଟିି ଆପ୍ ଇସିମ୍ ପ୍ରଦାନ କରିଥାନ୍ତି । ଯାହା ମାଧ୍ୟମରେ ଟେଲିକମ୍ କମ୍ପାନି ଗୁଡ଼ିକ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଟେଲିକମ୍ ସେବା ଯୋଗାଇ ଥାନ୍ତି । ଆପଲ୍ ଏବଂ ଗୁଗୁଲ ଏହି ଆପକୁ ହଟାଇବା ନେଇ ବିଦ୍ଧବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଡଟ୍ ଠାରୁ ସେମାନେ ଗତ ୪ ତାରିଖରେ ଆପ୍ ହଟାଇବା ପାଇଁ ନିର୍ଦ୍ଦେଶ ପାଇଥିଲେ ।

play strore

ସରକାରୀ ଅଧିକାରୀମାନେ ଜାଣି ବାକୁ ପାଇଥିଲେ ଯେ ସାଇବର ଅପରାଧୀମାନେ ଭାରତୀୟଙ୍କୁ ଏହା ଜରିଆରେ ଲୁଟୁଥିଲେ । ଅଣସ୍ୱୀକୃତ ଇସିମ୍ ଜରିଆରେ ଅନ୍ତର୍ଜାତୀୟ ଫୋନ ନମ୍ବରରୁ କଲ୍ କରି ଅପରାଧୀମାନେ କାରନାମା ଚଳାଉଥିଲେ । ତେବେ ଇସିମ୍ ପାଇଁ ଡଟର ଏନଓସି ଆବଶ୍ୟକ ହୋଇଥାଏ । ଇସିମ୍ ସେବା ପ୍ରଦାନକାରୀମାନେ ବିନା ସିମ୍‌ରେ ଭଏସ୍ କଲିଂ ଇଣ୍ଟରନେଟ ସେବା ପ୍ରଦାନ କରିିଥାନ୍ତି ।

ତେବେ ଭାରତରେ ଏବେ ନୋମାଡ ଇସିମ୍ ଏବଂ ଆଲୋସିମ୍ ଭଳି ଇସିମ୍ ସେବାପ୍ରଦାନକାରୀ ସେମାନଙ୍କ ସେବା ଯୋଗାଇ ଦେଉଛନ୍ତି । ଆଉ ଆପ୍ ଷ୍ଟୋର ଗୁଡ଼ିକରେ ଏଗୁଡ଼ିକ ଉପଲବ୍ଧ ହେଉଛି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+