Get Updates
Get notified of breaking news, exclusive insights, and must-see stories!

ଭୂମିକମ୍ପ ପୂର୍ବରୁ ଫୋନକୁ ଆସିବ ଚେତାବନୀ, ଭାରତରେ ଆରମ୍ଭ ହେବ ଗୁଗଲ୍ Earthquake Alert ସେବା

Google Earthquake Alert Service: ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବରେ ଭୂକମ୍ପ ଘଟୁଛି । ନିକଟରେ ମସ୍କୋରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା ଯେଉଁଥିରେ 2 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭାରତରେ ମଧ୍ୟ ପ୍ରତିଦିନ ଭୂକମ୍ପ ହେଉଥିବା ନେଇ ସୂଚନା ରହିଛି । ଏବେ ଭୂମିକମ୍ପ ଘଟିବା ପୂର୍ବରୁ ଆପଣଙ୍କ ଫୋନରେ ଏକ ଆଲର୍ଟ ମ୍ୟାସେଜ୍ ଆସିଯିବ ଯାହା ଦ୍ୱାରା ଆପଣ ସମୟ ଥାଉ ଥାଉ ସତର୍କ ହୋଇଯିବେ ।

ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନର ସବୁଠାରୁ ବଡ଼ କମ୍ପାନୀ ଗୁଗୁଲ୍ ଭାରତରେ ଭୂକମ୍ପ ଆଲର୍ଟ ସେବା ଆରମ୍ଭ କରିବ। ଏହି ସେବା ଭୂକମ୍ପର ପୂର୍ବାନୁମାନ କରିବ ଏବଂ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନରେ ସେନ୍ସର ବ୍ୟବହାର କରି ସେମାନଙ୍କର ତୀବ୍ରତା ଜାଣିବା ପାଇଁ କାର୍ଯ୍ୟ କରିବ । ବୁଧବାର ଦିନ ଏନେଇ କମ୍ପାନୀ ପକ୍ଷରୁ ସୂଚନା ଜାରି କରାଯାଇଛି ।

Earthquake Alert

ନ୍ୟାସନାଲ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଏବଂ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନଏସସି) ସହିତ ପରାମର୍ଶ କରି ଗୁଗୁଲ ଭାରତରେ 'ଆଣ୍ଡ୍ରୋଏଡ ଭୂକମ୍ପ ଆଲର୍ଟ ସିଷ୍ଟମ' ଆରମ୍ଭ କରିବ ।

ଗୁଗଲ ଏକ ବ୍ଲଗରେ ସୂଚନା ଦିଆଯାଇଛି ଯେ, "ଆଜି, NDMA ଏବଂ NSC ସହିତ ପରାମର୍ଶ କରି ଭାରତରେ ଗୁଗଲ୍ ଆଣ୍ଡ୍ରୋଏଡ ଭୂକମ୍ପ ଆଲର୍ଟ ସିଷ୍ଟମ୍ ଆରମ୍ଭ କରିବା ପାଇଁ ଯାଉଛି । କମ୍ପାନୀ ଅନୁଯାୟୀ, ଏହି ସେବା ଆସନ୍ତା ସପ୍ତାହରେ ଆଣ୍ଡ୍ରୋଏଡ -5 ଏବଂ ପରବର୍ତ୍ତୀ ସଂସ୍କରଣରେ ଉପଲବ୍ଧ ହେବ। ଏହି ସିଷ୍ଟମ୍ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ଉପସ୍ଥିତ ଥିବା ଛୋଟ 'ଆକ୍ସିଲେରୋମିଟର'ର ସାହାଯ୍ୟ ନେଇଥାଏ, ଯାହା ଏକ ମିନି ସେସମୋମିଟର ଭାବରେ କାର୍ଯ୍ୟ କରିବ ।

ଗୁଗଲ ସୂଚନା ଅନୁସାରେ, "ଯେତେବେଳେ ଏକ ଫୋନ୍ ପ୍ଲଗ୍ ଇନ୍ ଏବଂ ଚାର୍ଜିଂ ହୁଏ, ଏହା ଭୂକମ୍ପର ଆରମ୍ଭକୁ ଚିହ୍ନଟ କରିପାରେ ବା ସୂଚନା ଦେଇପାରିବ । ଯଦି ଗୋଟିଏ ଫୋନ୍ ଏକ ସମୟରେ ଭୂକମ୍ପ ଭଳି କମ୍ପନ ଚିହ୍ନଟ କରୁଛି, ତେବେ ଆମର ସର୍ଭର ସଙ୍ଗେ ସଙ୍ଗେ ଏହି ସୂଚନାକୁ ବ୍ୟବହାର କରି ଗୁଗଲ୍ ସର୍ଭର ନିକଟ ଥିବା ଫୋନକୁ ଆଲର୍ଟ ପଠାଇବାରେ ସଫଳ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+