ଗୁଗୁଲ ଡୁଡଲରେ ସଙ୍ଗୀତକଜ୍ଞ ଭୂପେନ ହାଜାରିକା
ଆଜି ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ 96ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଗୁଗଲ୍ ମଧ୍ୟ ଡୁଡଲ ପ୍ରସ୍ତୁତ କରି ଏହି ଗାୟକଙ୍କୁ ମନେ ପକାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଆଜିର ଡୁଡଲରେ ତାଙ୍କର ହାରମୋନିୟମ ବଜାଉଥିବାର ଫଟୋ ସେୟାର କରିଛି ।
ନୂଆଦିଲ୍ଲୀ: ଆଜି ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ 96ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଗୁଗଲ୍ ମଧ୍ୟ ଡୁଡଲ ପ୍ରସ୍ତୁତ କରି ଏହି ଗାୟକଙ୍କୁ ମନେ ପକାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଆଜିର ଡୁଡଲରେ ତାଙ୍କର ହାରମୋନିୟମ ବଜାଉଥିବାର ଫଟୋ ସେୟାର କରିଛି । ଏହି ସ୍ବତନ୍ତ୍ର ଡୁଡୁଲ ତିଆରି କରିଛନ୍ତି ମୁମ୍ବାଇର ଗେଷ୍ଟ ଆର୍ଟିଷ୍ଟ ଋତୁଜା ମାଳି । ଭୁବେନ ହଜାରିକା ଏକାଧାରରେ ଜଣେ ସଙ୍ଗୀତଜ୍ଞ, ଗୀତିକାର, ଗାୟକ, କବି ଏବଂ ଚଳଚ୍ଚିତ୍ର ନିର୍ମାତା ।

ହଜାରିକା ବଙ୍ଗୀୟ ଗୀତକୁ ହିନ୍ଦୀରେ ଅନୁବାଦ କରି ଗାଉଥିଲେ । ସମୟକ୍ରମେ ସେ କାହାଣୀ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ଗୀତଗୁଡିକ ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ସେ ନିଜ ମାତୃଭାଷା ଆସାମ ବ୍ୟତୀତ ବଙ୍ଗଳା ଏବଂ ହିନ୍ଦୀ ସହିତ ଅନ୍ୟ ଭାଷାରେ ଗୀତ ଗାଇଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କରିଛନ୍ତି । ଏହାବ୍ୟତୀତ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ,ପଦ୍ମଭୂଷଣ ଏବଂ ଦାଦା ସାହେବ ଫାଲକେ ପୁରସ୍କାର, ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ସମେତ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।












Click it and Unblock the Notifications