ଚନ୍ଦ୍ରଯାନ -3 ସଫଳତାକୁ ସେଲିବ୍ରେଟ୍ କଲା ଗୁଗୁଲ୍, ପ୍ରସ୍ତୁତ କଲା ସ୍ପେଶାଲ୍ ଡୁଡୁଲ
Google Doodle Chandrayaan-3: ଚନ୍ଦ୍ରଯାନ -3 ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରିଛି। ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି । ଚନ୍ଦ୍ରଯାନ ଅବତରଣ କରିବା ପରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ISROକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ପରେ ଗୁଗୁଲ ଏକ ଡୁଡଲ ତିଆରି କରି ଏହି ଅଦ୍ଭୁତ ସଫଳତାକୁ ସମ୍ମାନିତ କରିଛି ।
ସୂଚନାଥାଉ ଯେ, ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଛି ଚନ୍ଦ୍ରଯାନ-3 । ତେବେ ଲ୍ୟାଣ୍ଡରରୁ ବାହାରିଛି ରୋଭର୍ ପ୍ରଜ୍ଞାନ । ପରେ ଲ୍ୟାଣ୍ଡିଂ ଇମେଜର୍ କ୍ୟାମେରା ଦ୍ୱାରା ଫଟୋ ଉଠାଯାଇଛି । ଏହା ଚନ୍ଦ୍ରଯାନ -3 ର ଅବତରଣ ସ୍ଥାନର ଏକ ଅଂଶ ଦେଖାଯାଉଛି । ତେବେ ଏହି ପ୍ରକ୍ରିୟା ୧୪ ଦିନ ପର୍ଯ୍ୟନ୍ତ ଚାଲିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପୃଥିବୀର ୧୪ ଦିନ ଚନ୍ଦ୍ର ଗୋଟିଏ ଦିନ । ସେଥିପାଇଁ ୧୪ ଦିନ ପରେ ଚନ୍ଦ୍ରରେ ଦିନ ହେଲେ ଏହା ପୁଣି କାର୍ଯ୍ୟକ୍ଷମ ହୋଇ ତଥ୍ୟ ସଂଗ୍ରହ କରିବ ।

ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପଞ୍ଚିଛି ଭାରତ । ଭାରତର ଏହି ସଫଳତାକୁ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଏକ ସ୍ୱଚନ୍ତ୍ର ଡୁଡଲ୍ ତିଆରି କରି ସେଲିବ୍ରେସନ କରିଛି । ସୁନ୍ଦର ପିଚାଇ ଗତକାଲି ନିଜେ ISROକୁ ଅଭିନନ୍ଦନ ଜଣାଇଥିଲେ ।
ସୂଚନାଥାଉ ଯେ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜୁଲାଇ 14ରେ ଏହି ମହାକାଶଯାନକୁ ଉତକ୍ଷେପଣ କରାଯାଇଥିଲା । ଅଗଷ୍ଟ 23 ସନ୍ଧ୍ୟା 6:04ରେ, ଚନ୍ଦ୍ରଯାନ-3 ସଫଳତାର ସହ ଚନ୍ଦ୍ରପୃଷ୍ଟରେ ଅବତରଣ କରିଥିଲା । ରୋଭର ପ୍ରଜ୍ଞାନ ବାହାରକୁ ଆସି ବର୍ତ୍ତମାନ ମିଶନ ଆରମ୍ଭ କରିଛି ।
ଆମେରିକା, ଚୀନ୍ ପରି ଦେଶ ପୂର୍ବରୁ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ତି କରିଥିଲା, କିନ୍ତୁ କୌଣସି ଦେଶ ଏହା ପୂର୍ବରୁ ଦକ୍ଷିଣ ପୋଲ ଅଞ୍ଚଳରେ ପହଞ୍ଚି ପାରି ନଥିଲା । ତେବେ ଚନ୍ଦ୍ରରେ ପହଞ୍ଚିବାରେ ଭାରତ କେବଳ ଚତୁର୍ଥ ଦେଶ ନୁହେଁ, ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଥିବା ପ୍ରଥମ ଦେଶ ମଧ୍ୟ ହୋଇପାରିଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications