ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଯାତାୟତ ବାଧାପ୍ରାପ୍ତ
ମାଲବାହୀ ଗାଡ଼ିର ୨୦ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଫଳରେ ଏପରି ଘଟଣା ଝହଡ଼ଖଣ୍ଡର ସେରାଇକେଲା-ଖରସାୱାନ ଜିଲ୍ଲା ଚାଣ୍ଡିଲ ନିକଟରେ ଶନିବାର ଦିନ ଦେଖିବାକୁ ମିଳିଛି । ଚାଣ୍ଡିଲ-ଟାଟାନଗର ସେକ୍ସନ ମଧ୍ୟରେ ଟ୍ରେନ ସେବା ପ୍ରଭାବିତ ହୋଇଛି । କିନ୍ତୁ ଏହି ଘଟଣାରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।

ସୂଚନାନୁଯାୟୀ, ଏପରି ପରିସ୍ଥିତିରେ ଅନେକ ଟ୍ରେନକୁ ମଝି ରାସ୍ତାରେ ଅଟକାଇଦିଆଯାଇଛି କିମ୍ବା ବାତିଲ କରାଯାଇଛି । ଏହି ଘଟଣା ପରେ 20894 ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 28181 ଟାଟାନଗର-କାଟିହାର ଏକ୍ସପ୍ରେସ, 28182 କଟିହାର-ଟାଟାନଗର ଏକ୍ସପ୍ରେସକୁ ବାତିଲ କରାଯାଇଛି । ଟ୍ରେନ୍ ସେବା ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରେନ୍ ଦୁର୍ଘଟଣାର କାରଣ ଜଣାପଡିନାହିଁ । ସିଗନାଲ, ଯାନ୍ତ୍ରିକ କିମ୍ବା ଟ୍ରାକ୍ ଅବସ୍ଥା ଯୋଗୁଁ ଏପରି ଘଟଣାର ସାମ୍ନା କରିବାକୁ ପଡିଥାଏ । ରେଳବାଇ ଦଳଗୁଡ଼ିକ ମରାମତି ଏବଂ ତଦନ୍ତରେ ନିୟୋଜିତ ଅଛନ୍ତି ।












Click it and Unblock the Notifications