ଉତ୍ତରପ୍ରଦେଶରେ ଲାଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍,ଟ୍ରାକ୍ରୁ ଖସିଲା ୨୫ଟି ବଗି
ଉତ୍ତରପ୍ରଦେଶ ମଥୁରାରେ ଲାଇନ୍ଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ଟ୍ରେନ୍ର ୨୫ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଟ୍ରେନ୍ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ବେଳେ ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି।
ଏନେଇ ଆଗ୍ରା ରେଲୱେ ମଣ୍ଡଳର ଡିଆରଏମ୍ ତେଜ ପ୍ରତାପ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଟ୍ରେନ୍ର ୨୫ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଏଥିଯୋଗୁ ବିଦ୍ୟୁତ୍ ସରବରାହ ହେଉଥିବା ବହୁ ଖମ୍ବ ଭାଙ୍ଗି ଯାଇଛି। ଏହାକୁ ଠିକ୍ କରିବାକୁ ନିହାତି ପକ୍ଷେ ୧୦ରୁ ୧୨ ଘଣ୍ଟା ଲାଗିବ । ତେଣୁ ବହୁ ଟ୍ରେନ୍ର ରୁଟ୍ ପ୍ରଭାବିତ ହୋଇଛି। ସପ୍ତାହେ ମଧ୍ୟରେ ୭ ଥର ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହେଲାଣି।

୨୦୨୧ ମସିହା ଜୁଲାଇ ୭ ତାରିଖରୁ ୨୦୨୧୪ ଜୁନ ୧୭ ତାରିଖ ମଧ୍ୟରେ ୧୩୧ଟି ଟ୍ରେନ୍ ଦୁର୍ଘଟଣା ଘଟିଲାଣି। ସେଥିରେ ୯୨ଟି ଦୁର୍ଘଟଣାରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଗତ ୩ ବର୍ଷରେ ପ୍ରତି ମାସ ୨ ପାସେଞ୍ଜର ଟ୍ରେନ୍ ଓ ଗୋଟିଲ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି।












Click it and Unblock the Notifications