ଆସିଲା ଖୁସି ଖବର, ୫ ଶାବକ ଜନ୍ମଦେଲା ମାଈ ଚିତା ଜ୍ୱାଲା
ମଧ୍ୟପ୍ରଦେଶର ଶ୍ୟୋପୁରସ୍ଥିତ କୁନୋ ନ୍ୟାସନାଲ ପାର୍କକୁ ୫ କୁନି ଅତିଥି ଆସିଛନ୍ତି । ନାମ୍ବିଆରୁ ଆସିଥିବା ମାଈ ଚିତା ଜ୍ୱାଲା ସୋମବାର ୫ ଶାବକଙ୍କୁ ଜନ୍ମ ଦେଇଛି । ଏଥିସହ ଭାରତରେ ଏବେ ଚିତା ସଂଖ୍ୟା ୫୩ରେ ପହଞ୍ଚିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋମବାର ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ପ୍ରୋଜେକ୍ଟ ଚିତା ଏବଂ ବନ୍ୟଜୀବ ସଂରକ୍ଷଣ ଦିଗରେ ଏହା ଏକ ଐତିହାସିକ ଉପଲବ୍ଧି ବୋଲି ସେ ଦର୍ଶାଇଛନ୍ତି ।

ସେପ୍ଟେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ୮ଟି ଚିତାକୁ କୁନୋ ପାର୍କରେ ଛାଡି଼ଥିଲେ ସେଥିମଧ୍ୟରୁ ଜ୍ୱାଲା ଅନ୍ୟତମ । ଏଥରକୁ ମିଶାଇ ଜ୍ୱାଲା ତୃତୀୟ ଥର ଶାବକ ଜନ୍ମ ଦେଇଛି । ପୂର୍ବରୁ ୨୦୨୩ରେ ସେ ୪ ଶାବକ ଏବଂ ୨୦୨୪ରେ ୩ଟି ଶାବକ ଜନ୍ମ ଦେଇଥିଲା ।












Click it and Unblock the Notifications