Get Updates
Get notified of breaking news, exclusive insights, and must-see stories!

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ମାଆ ହେଲା ଆଶା, କୁନୋରେ ୩୫ରେ ପହଁଚିଲା ଚିତା ସଂଖ୍ୟା

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏବେ ଦେଖିବାକୁ ମିଳିବ ଅଧିକରୁ ଅଧିକ ଚିତା । ଭାରତର ଉଦ୍ୟମକୁ ମଧ୍ୟ ସଫଳତା । କାରଣମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ନାମ୍ବିଆରୁ ଆସିଥିବା ଚିତା ଆଶା ଦ୍ୱିତୀୟ ଥର ଲାଗି ମା' ହୋଇଛି ।

leopard count

ସେ ୫ଟି ଶାବକ ଜନ୍ମ ଦେଇଛି । ଆଶା ଏବଂ ତାର ସମସ୍ତ ଶାବକ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ଏକ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିରୀକ୍ଷଣ କରୁଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ୍ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଦେଶର ଚିତା ସଂରକ୍ଷଣ ଯାତ୍ରା ଲାଗି ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା । ନାମ୍ବିଆରୁ ଆସିଥିବା ଚିତା ଆଶା ଆଜି କୁନୋ ନ୍ୟାସନାଲ୍ ପାର୍କରେ ୫ଟି ଶାବକ ଜନ୍ମ ଦେଇଛି । ଏଥି ସହ ଭାରତରେ ଜନ୍ମିତ ଚିତା ଶାବକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି ।

ସେହିପରି କୁନୋରେ ମୋଟ ଚିତା ସଂଖ୍ୟା ୩୫ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ସୋସିଆଲ୍ ମିଡିଆରେ ଏ ସଂପର୍କରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି । ଆଶା ଓ ତାର ଶାବକମାନଙ୍କର ଏକ ଭିଡିଓ ସେ ପୋଷ୍ଟ କରିଥିବାବେଳେ ତାହା ଭାଇରାଲ୍ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+