ରାସନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଡିସେମ୍ବର ୩୧ ସୁଦ୍ଧା କରାଇପାରିବେ e-KYC
ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ଆସିଛି। କୌଣସି କାରଣରୁ ଏପର୍ଯ୍ୟନ୍ତ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ କହିଥିଲେ, ଯେଉଁମାନେ ନିଜର ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି । କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି । ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି, ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ ।
ଗତ ୭-୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା । ତେଣୁ ଆଉ ବଢ଼ିବାର ନାହିଁ । କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା'ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ। ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସେ ସୂଚନା ରହିଛି ।












Click it and Unblock the Notifications