ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର:ଏଣିକି ସପ୍ତାହକୁ ୨ ଦିନ ଛୁଟି
Bank News:ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ସପ୍ତାହଠୁ ସେମାନେ ପାଇପାରନ୍ତି ୨ଟି ଟ୍ୱିକଲ୍ ଅଫ୍ । ଏଣିକି ସପ୍ତାହରେ ରବିବାର ବ୍ୟତୀତ ଶନିବାର ମଧ୍ୟ ଛୁଟି ଦିଆଯିବା ନେଇ ସୂଚନା ରହିଛି । ଏନେଇ ଆସନ୍ତା ସପ୍ତାହରେ ଆସିପାରେ ଅପଡେଟ୍ ।
ତେବେ ଖବର ଏହା ମଧ୍ୟ ରହିଛି ଯେ, ଯଦି ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ନିୟମ ଲାଗୁ କରାଯାଏ ତେବେ ଦୈନିକ କାର୍ଯ୍ୟନିର୍ଘଣ୍ଟକୁ ଅଧିକ ୫୦ ମିନିଟ୍ ବଢାଇ ଦିଆଯାଇପାରେ । ବର୍ତ୍ତମାନର ନିୟମ ଅନୁସାରେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାକୁ ଗୋଟିଏ ଛୁଟି ଅର୍ଥାତ୍ ରବିବାର ଦିନ ଏବଂ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମିଳୁଛି । ଯାହା ଏବେ ପରିବର୍ତ୍ତନ ହେବା ପାଇଁ ଯାଉଛି । ଆସନ୍ତା ସପ୍ତାହଠୁ ସପ୍ତାହରୁ ଦୁଇ ଦିନ ଅର୍ଥାତ୍ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବ । ସପ୍ତହାରେ ୫ ଦିନ କାର୍ଯ୍ୟ ଦିବସ ରହିବ ।

ଜୁଲାଇ ୨୮ ତାରିଖରେ ଇଣ୍ତିଆନ ବ୍ୟାଙ୍କ ଆସୋସିଏସନର ବ୍ୟାଙ୍କ କର୍ମଚାରୀ ସଂଗଠନ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଆଲୋଚନା କରିବେ । ତେବେ ଏହା ପୂର୍ବରୁ ମେ ମାସରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଯେଉଥିରେ ଇଣ୍ତିଆନ ବ୍ୟାଙ୍କ ଆସୋସିଏସନ୍ ଓ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସପ୍ତାହରେ ୨ ଦିନ ବ୍ୟାଙ୍କ କର୍ମଚାରୀଙ୍କୁ ଛୁଟି ଦେବା ନେଇ ସହମତି ପ୍ରକାଶ ପାଇଥିଲା ।












Click it and Unblock the Notifications