ବିଦେଶରୁ ଭାରତ ପାଇଁ ଆସିଲା ଖୁସି ଖବର, ଦେଶର ଅଭିବୃଦ୍ଧି ହାର ଆକଳନକୁ ବୃଦ୍ଧି କଲା ଏଡିବି
ଦିଲ୍ଲୀ:ଡିସେମ୍ବର ୨୦୨୩ ଏସିଆନ୍ ଡେଭଲପମେଣ୍ଟ ଆଉଟଲୁକ୍ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩-୨୪ ର ଦ୍ୱିତୀୟ ତ୍ରୟ ମାସିକରେ ଜିଡିପି ଅଭିବୃଦ୍ଧି ଆଶା କରାଯାଉଥିବା ଠାରୁ ୭.୬ ପ୍ରତିଶତ ଅଧିକ ହୋଇଛି, ପ୍ରଥମାର୍ଦ୍ଧରେ (ଏପ୍ରିଲ୍-ସେପ୍େଟମ୍ବର) ୭.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଏଡିବି ତାହା ରିପୋର୍ଟରେ କହିଛି , ଅର୍ଥନୈତିକ ତଥ୍ୟ ସୂଚାଇ ଦେଉଛି ଯେ ଉତ୍ପାଦନ, ଖଣି, ନିର୍ମାଣ ଏବଂ ୟୁଟିଲିଟି ସମେତ ଶିଳ୍ପ କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଘଟିଛି । ବୁଧବାର ପ୍ରକାଶିତ ଏହି ଦୃଷ୍ଟିକୋଣ ଅନୁଯାୟୀ, "ମୋଟାମୋଟି ଭାବେ, ୨୦୨୦-୨୪ ଆର୍ôଥକ ବର୍ଷ ଅପେକ୍ଷା କୃଷି କ୍ଷେତ୍ରରେ ସାମାନ୍ୟ ଧୀର ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଗତ ସପ୍ତାହରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୫ ପ୍ରତିଶତରୁ ସାତ ପ୍ରତିଶତକୁ ବୃଦ୍ଧି କରିଥିଲା । ସେପ୍େଟମ୍ବରରେ ଏସୀୟାନ ଡେଲପମେଣ୍ଟ ଆଉଟଲୁକ୍ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଥିଲା । ଆସନ୍ତା ଆର୍ôଥକ ବର୍ଷ ୨୦୨୪-୨୫ ପାିଁ ବିଭିନ୍ନ ଏଜେନ୍ସି ଦେଶର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୭ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ।
ନଭେମ୍ବରରେ ହୋଲସେଲ ଏବଂ ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟାରେ ବୃଦ୍ଧି ଘଟିଛି । ସିପିଆଇ ଭିତ୍ତିକ ଖୁଚୁରା ମୁଦ୍ରାସ୍ଫୀତି ହାର ଏଥର ୫.୫ ପ୍ରତିଶତ ଥିଲା । ଏଥି ସହିତ ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ହୋଲସେଲ ମୁଦ୍ରାସ୍ଫୀତି ହାର ୭ ମାସ ପରେ ୦ ରୁ ୦.୨୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପଛରେ ଗୋଟିଏ କାରଣ ହେଉଛି ଖାଦ୍ୟ ସାମଗ୍ରୀର ଅଧିକ ମୂଲ୍ୟ ବୃଦ୍ଧି । ମୁଦ୍ରା ନୀତି ଘୋଷଣା କରିବାବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଶଙ୍କା କରିଥିଲେ ଯେ ନଭେମ୍ବର-ଡିସେମ୍ବରରେ ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇପାରେ ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications