ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଅଶୋକ ଚକ୍ର

ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ)ର ଐତିହାସିକ ମହାକାଶ ମିଶନ ପାଇଁ ଅଶୋକ ଚକ୍ରରେ ସମ୍ମାନିତ କରାଯିବ । ଏହି ସମୟରେ ଶୁଭାଂଶୁ ଶୁକ୍ଲା ଅନେକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିର ସାମନା କରିଥିଲେ ଓ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଗୌରବାନ୍ୱିତ କରିଥିଲେ । ତାଙ୍କର ଏହି ଅସାଧାରଣ ଓ ଅପ୍ରତ୍ୟାଶିତ ସଫଳତାକୁ ଦେଖି ଅଶୋକ ଚକ୍ରରେ ସମ୍ମାନିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Ashok Chakra

ଉଲ୍ଲେଖଯୋଗ୍ୟ ଯେ ଶୁଭାଂଶୁ ଶୁକ୍ଲା ତିନି ଅନ୍ୟ ମହାକାଶ ଯାତ୍ରୀଙ୍କ ସହ ଅକ୍ସିଓମ-୪ ମିଶନରେ ଆଇଏସ୍‌ଏସ୍ ଯାତ୍ରା କରିଥିଲେ । ସେ ୨୦୨୫ ଜୁନ୍ ୨୫ରେ ମହାକାଶ ଅଭିମୁଖେ ଉଡାଣ ଭରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯାତ୍ରା କରିବାରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ହୋଇଥିଲେ ।

ଶୁଭାଂଶୁ ଶୁକ୍ଲାଙ୍କ ଏହି ସ୍ପେସ୍ ମିଶନ ଅନେକ ଦୃଷ୍ଟିରୁ ଐତିହାସିକ ରହିଥିଲା । ୨୦ ଦିନ ମହାକାଶରେ ରହିବା ପରେ ଜୁଲାଇ ୧୪ରେ ପୃଥିବୀକୁ ସୁରକ୍ଷିତ ଫେରିଥିଲେ । ଏହି ଅବଧିରେ ସେ ୬୦ରୁ ଅଧିକ ପ୍ରୟୋଗ କରିଥିଲେ, ଯେଉଁଥିରେ ଜୈବିକ ଚିକିତ୍ସା ବିଜ୍ଞାନ, କୃଷି ଓ ଅନ୍ୟାନ୍ୟ ବୈଜ୍ଞାନିକ କ୍ଷେତ୍ର ସହ ଜଡ଼ିତ ଗବେଷଣା ସାମିଲ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+