Get Updates
Get notified of breaking news, exclusive insights, and must-see stories!

ୟାହିୟା ସିନୱାରଙ୍କ ମୃତ୍ୟୁକୁ ନେଇ ଆମେରିକା କହିଲା, ବିଶ୍ୱ ପାଇଁ ଭଲ ଦିନ...

Joe Biden: ଇସ୍ରାଏଲ୍ ସେନା ଗୁରୁବାର ଦିନ ହମାସର ନୂତନ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ୟାହିୟାଙ୍କ ମୃତ୍ୟୁ ପରେ ଆମେରିକା ମଧ୍ୟ ଏକ ବିବୃତ୍ତି ଜାରି କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ୍ ହାଉସ ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ଆଜି ସକାଳେ ଇସ୍ରାଏଲ ପ୍ରଶାସନ ମୋର ଜାତୀୟ ସୁରକ୍ଷା ଦଳକୁ ଏହି ମିଶନ ବିଷୟରେ ସୂଚନା ଦେଇଛି ଯେ ସେମାନେ ଗାଜାରେ ଏହି ଅପରେସନ କରିଛନ୍ତି ଏବଂ ହାମାସ ନେତା ୟାହିୟା ସିନୱାରଙ୍କୁ କାବୁ କରିଥିଲେ ଏବଂ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

Joe Biden

ଇସ୍ରାଏଲ ଗୁରୁବାର ହମାସର ସବୁଠାରୁ ଭୟଭୀତ ନେତା ୟାହିୟା ସିନୱାରଙ୍କ ହତ୍ୟାକୁ ନିଶ୍ଚିତ କରିଛି। ଏହି ପ୍ରସଙ୍ଗରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ସୂଚନା ଦେଇଛି ଯେ ସେମାନେ ଅକ୍ଟୋବର 16 ରେ ଟ୍ୟାଙ୍କ ସାହାଯ୍ୟରେ ଏକ କୋଠା ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ହମାସ ମୁଖ୍ୟ । ପରିଚୟ ପାଇବା ପାଇଁ ସେମାନେ DNA ର ସାହାଯ୍ୟ ନେଇଥିଲେ।

ହମାସ ନେତାଙ୍କ ମୃତ୍ୟୁ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସହ କଥା ହୋଇଥିଲେ। ଏଥିପାଇଁ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+