Get Updates
Get notified of breaking news, exclusive insights, and must-see stories!

କେସରଗଞ୍ଜରୁ ପୁଣି ଲୋକସଭା ନିର୍ବାଚନ ଲଢିବେ ବ୍ରିଜ ଭୂଷଣ ଶରଣ ସିଂ

Brij Bhushan Singh Gonda Rally:କୁସ୍ତି ଫେଡରେଶନର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ରବିବାର ଦିନ ୟୁପିର ଗୋଣ୍ଡାରେ ଏକ ରାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ଖୋଲାଖୋଲି ଭାବେ ଲୋକସଭା ନିର୍ବାଚନ 2024 ବିଷୟରେ ଘୋଷଣା କରିବା ସହିତ କୁସ୍ତିଯୋଦ୍ଧାମାନଙ୍କ ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଥିଲେ ।

brij bhushan

ରବିବାର ଦିନ କେନ୍ଦ୍ରରେ ମୋଦି ସରକାରଙ୍କ 9 ବର୍ଷ ପୂରଣ ହେବାପରେ ଗୋଣ୍ଡାରେ ଏକ ରାଲିର ଆୟୋଜନ କରାଯାଇଥିଲା । ଯେଉଁଥିରେ କେସରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହା ସହ ରାଲିରେ ଘୋଷଣା କରିଛନ୍ତି ଯେ, ସେ ପୁଣି ଥରେ କେସରଗଞ୍ଜରୁ 2024 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ।

2024 ନିର୍ବାଚନକୁ ନଜରରେ ରଖି ଗୋଣ୍ଡାରେ ଏହି ରାଲିର ଆୟୋଜନ କରଯାଇଥିଲା । ତେବେ ନିଜ ଭାଷଣରେ ବ୍ରିଜ ଭୂଷଣ ସିଂ କୁସ୍ତିଯୋଦ୍ଧାଙ୍କ ବିଷୟରେ ସିଧାସଳଖ କିଛି କହିନଥିଲେ ହେଲେ କବିତା ଜରିଆରେ ସେ ସମାଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+