Territorial Armyରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, କରନ୍ତୁ ଆବେଦନ
ଟେରିଟୋରିଆଲ ଆର୍ମୀରେ ଅଫିସର ପଦବୀ ଲାଗି ନିଯୁକ୍ତି ବାହାରିଛି । ଏ ନେଇ ଅଫିସିଆଲ Websiteରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଆବେଦନ ପ୍ରକ୍ରିୟା ମେ' ୧୨ ତାରିଖରୁ ଆରମ୍ଭ ହେବ । ସେହିପରି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୦ ଜୁନରେ ସମାପ୍ତ ହେବ । ଇଚ୍ଛୁକ ପ୍ରାର୍ଥୀ www.indianarmy.nic.in ଲିଙ୍କକୁ ଯାଇ ଅବେଦନ କରିପାରିବେ ।
ପଦବୀ:
ଏହି ନିଯୁକ୍ତି ଅଭିଯାନ ଜରିଆରେ ସମୁଦାୟ ୧୯ ପଦବୀକୁ ପୂରଣ କରାଯିବ ।
ଏଥିରେ ପୁରୁଷଙ୍କ ପାଇଁ ୧୮ଟି ପଦବୀ
ମହିଳାଙ୍କ ପାଇଁ ୧ଟି ପଦବୀ

ଯୋଗ୍ୟତା:
- -ପ୍ରାର୍ଥୀଜଣକ ଜଣେ ଭାରତୀୟ ନାଗରିକ ହୋଇଥିବେ ।
- -ଆବେଦନ କରିବାର ବୟସ ୧୮ରୁ ୪୨ ବର୍ଷ ରହିଛି ।
- -ପ୍ରାର୍ଥୀଙ୍କୁ ଯେକୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହେବା ଆବଶ୍ୟକ ।
- -ପ୍ରାର୍ଥୀଙ୍କୁ ଫିଜିକାଲି ଏବଂ ମେଡିକାଲି ଫିଟ୍ ହେବା ଆବଶ୍ୟକ ।
- -ଅଧିକ ସୂଚନା ପାଇଁ ପ୍ରାର୍ଥୀ ଜଣକ ଅଫିସିଆଲ Websiteକୁ ଯାଇ ନିଜ ଆବଶ୍ୟକ ମୁତାବକ ତଥୂ ସଂଗ୍ରହ କରିପାରିବେ ।
ଅବେଦନ ଶୁଳ୍କ: ଏହି ନିଯୁକ୍ତି ପାଇଁ ଅବେଦନକାରୀଙ୍କୁ ୫୦୦ ଟଙ୍କାର ଶୁଳ୍କ ଦେବାକୁ ପଡିବ ।
କିପରି କରିବେ ଆବେଦନ:
- -ସର୍ବପ୍ରଥମେ ଅଫିସିଆଲ Websiteକୁ ଓପେନ କରନ୍ତୁ
- -ଏହାପରେ ପ୍ରାର୍ଥୀଙ୍କୁ ହୋମପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ କରିବାକୁ ପଡିବ ।
- -ଏହାପରେ ପ୍ରାର୍ଥୀ ପ୍ରଥମେ ନିଜକୁ ରେଜିଷ୍ଟର କରନ୍ତୁ ।
- -ଏହାପରେ ଅବେଦନ ପତ୍ରକୁ ଫିଲ୍ ଅପ୍ କରନ୍ତୁ ଏବଂ ସବମିଟ୍ କରନ୍ତୁ ।












Click it and Unblock the Notifications