ସୁନା ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢିଲା ମୂଲ୍ୟ
Gold-Silver Rate: ଆଜି ପୁଣି ବଢିଲା ସୁନା ଦର ହେଲେ ଆଜି ସ୍ଥିର ରହିଛି ରୂପା ଦର । ସୁନା ମୂଲ୍ୟ ୮୭ ହଜାର ଟଙ୍କା ଅତିକ୍ରମ କରିଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୭,୧୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୯,୮୬୦ ଟଙ୍କା ରହିଛି । ରୂପା ମୂଲ୍ୟ ସ୍ଥିର ରହିଛି । ଆଜି ଏକ କିଲୋ ରୂପା ଦର ୧,୦୦,୪୦୦ ଟଙ୍କା ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୮୭ ହଜାର ୧୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ପ୍ରାୟ ୭୯,୮୬୦ ଟଙ୍କା ରହିଛି । ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୯୬୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯,୭୧୦ ଟଙ୍କା ରହିଛି କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯,୭୧୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୬,୯୬୦ ଟଙ୍କା ରହିଛି ।

ଆଜି ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯,୭୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୬,୯୬୦ ଟଙ୍କା ରହିଛି । ଗୁରୁଗ୍ରାମରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୦,୮୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୭,୧୧୦ ଟଙ୍କା ରହିଛି ।












Click it and Unblock the Notifications