ବଜେଟ୍ ପରେ ଏତିକି ଶସ୍ତା ହେଲା ସୁନା, ରୁପା, ଜାଣନ୍ତୁ କେତେ ରହିଛି ୧୮ ଏବଂ ୨୨ କ୍ୟାରେଟ୍ ସୁନ ଗୋଲ୍ଡ ରେଟ୍
Gold-Silver Rate Today: ୟୁନିୟନ 2024 ବଜେଟରେ ସୁନା ରୁପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା ପରେ ସୁନା ଦର ହ୍ରାସ ପାଉଛି। 23 ଜୁଲାଇରେ ସୁନା ମୂଲ୍ୟରେ ପ୍ରତି ଗ୍ରାମରେ 4000 ଟଙ୍କା ହ୍ରାସ ଘଟିଥିଲା। ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ଆଜି ମଧ୍ୟ ସୁନା ମୂଲ୍ୟ କମ ରହିଛି । ୬ ପ୍ରତିଶତ କଷ୍ଚମ ଡ୍ୟୁଟି କମିବା ପରେ ସୁନା ଦର ସାଢେ ୩ ହଜାର ଟଙ୍କା କମିଛି ।

ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ପ୍ରତି ଗ୍ରାମ 6,495 ଏବଂ 24 କ୍ୟାରେଟ୍ ସୁନା ପାଇଁ ଗ୍ରାମ ପ୍ରତି 7,086 ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ 24 କ୍ୟାରେଟ୍ ସୁମା ଦର 10 ଗ୍ରାମ ପ୍ରତି 70,860 ଟଙ୍କା ରହିଛି । ସେହିପରି 22 କ୍ୟାରେଟ୍ ସୁନା ମୂଲ୍ୟ ଆଜି 10 ଗ୍ରାମ ପିଛା 64,950 ଟଙ୍କା ରହିଛି । 22 କ୍ୟାରେଟ୍ ସୁନା ମୂଲ୍ୟ 1 ଗ୍ରାମ ପିଛା 6, 495 ଟଙ୍କା ରହିଛି ।
ସେହିପରି କଟକରେ 22 କ୍ୟାରେଟ୍ ସୁନା ମୂଲ୍ୟ ଆଜି 10 ଗ୍ରାମକୁ 64,950 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନାର ଦର 1 ଗ୍ରାମ ପିଛା 6,495 ଟଙ୍କା ରହିଛି । ସେହିପରି ଭାରତରେ 100 ଗ୍ରାମ ରୂପା ଆଜି 8,750 ଟଙ୍କାରେ ବିକ୍ରି ହେଉଛି ।












Click it and Unblock the Notifications