ପୁଣି କମିଲା ସୁନା ଦର, ଜାଣନ୍ତୁ ରାଜଧାନୀ ଦିଲ୍ଲୀରେ କେତେ ରହିଛି Gold Price
Gold Price In India: ସୁନା ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ଗତ ଏକ ସପ୍ତାହରେ 24 କ୍ୟାରେଟ୍ ସୁନା 400 ଟଙ୍କା ଶସ୍ତା ହୋଇଥିବା ବେଳେ 22 କ୍ୟାରେଟ୍ ସୁନା ଦର ମଧ୍ୟ 400 ଟଙ୍କା ହ୍ରାସ ପାଇଛି। ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ତେବେ ଯଦି ଆପଣ ଏହି ସମୟରେ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଏହା ସଠିକ୍ ସମୟ ।
ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ପାଇବା ନେଇ ସୂଚନା ରହିଛି । ଆଜି ଦେଶର 24 କ୍ୟାରେଟ୍ ସୁନା ମୂଲ୍ୟ 77,000 ରୁ ଅଧିକ ଏବଂ 22 କ୍ୟାରେଟ୍ ସୁନା ଦର 71 ହଜାରରୁ ଅଧିକ ରହିଛି । ସେହିପରି ଗତ ଏକ ସପ୍ତାହ ମଧ୍ୟରେ ରୂପା ମୂଲ୍ୟ 1000 ଟଙ୍କା ହ୍ରାସ ପାଇଛି। ଆଜି ଡିସେମ୍ବର 22 ରେ, ଏକ କିଲୋଗ୍ରାମ ରୂପା ହାର 90,500 ଟଙ୍କା ରହିଛି ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 660 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,150 ଟଙ୍କା ରହିଛି ଏବଂ ମାୟନଗରୀ ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 77,450 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,000 ଟଙ୍କା ରହିଛି ।
କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,00 ଟଙ୍କା ରହିଛି ସେହିପରି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,450 ଟଙ୍କା ରହିଛି । ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,000 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,890 ଟଙ୍କା ରହିଛି












Click it and Unblock the Notifications