ସୁନା ଦର ଆକାଶଛୁଆଁ; ୨୪ କ୍ୟାରେଟ୍ ଟପିଲା ଦେଢ଼ଲକ୍ଷ
ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଆଜିର ସୁନା ଦର । ଆକାଶଛୁଆଁ ସୁନା ଦର । ଦେଢ଼ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା । ଗୋଟିଏ ଦିନରେ ୧୦୧୦ଟଙ୍କା ବଢ଼ିଲା ସୁନା । ଗତକାଲି ସୁନା ଦର ୧,୫୦, ୫୬୫ ଥିବା ବେଳେ ଆଜି ୨୪ କ୍ୟାରେଟ ସୁନା ଦର ୧,୫୧,୫୭୫ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ଦାମ୍ ୧ ଲକ୍ଷ ୪୧ ହଜାର ୯ ଶହ ଟଙ୍କା ଛୁଇଁଥିବା ବେଳେ ୧୮ କ୍ୟାରେଟ୍ ଦାମ୍ ୧ ଲକ୍ଷ ୧୬ ହଜାର ୧୧୦ ଟଙ୍କା ରହିଛି ।

ଫ୍ୟୁଚର୍ ବଜାରରେ ସୁନାର ଦାମ ପ୍ରାୟ ୩ ପ୍ରତିଶତ ବୃଦ୍ଧି ଦର୍ଶାଇଛି। ରୂପା ମଧ୍ୟ ୧୬୦୦ ଟଙ୍କା ମହଙ୍ଗା ହୋଇଛି। ସ୍ପଟ୍ ମାର୍କେଟରେ ମଧ୍ୟ ଦୁନା-ରୂପା ଦରରେ ଚମକ ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୫୫୦ ଟଙ୍କା ବୃଦ୍ଧି ସହିତ ୧,୫୫,୭୮୦ ଟଙ୍କାକୁ ପହଞ୍ଚିଛି। ସେହିପରି ରୂପାର ଦାମ ୧୯୯୦ ଟଙ୍କା ବଢ଼ି ୩,୨୫,୯୧୦ ଟଙ୍କା ପ୍ରତି କିଲୋ ହୋଇଛି।
ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା-ରୂପାର ଦରରେ ରେକର୍ଡ ଭାଙ୍ଗିଛି । ବୁଲିଅନ୍ ଡାଟା ଅନୁଯାୟୀ, ଦିଲ୍ଲୀରେ ୧୦ ଗ୍ରାମ ସୁନା ପ୍ରାୟ ୪.୨୮ ପ୍ରତିଶତ ବୃଦ୍ଧି ପାଇବା ସହିତ ୧,୫୭,୧୩୦ ଟଙ୍କାକୁ ଛୁଇଁଛି। ରୂପା ମଧ୍ୟ ପ୍ରାୟ ୨ ପ୍ରତିଶତ ବଢ଼ି ୩,୨୯,୦୨୦ ଟଙ୍କା ପ୍ରତି କିଲୋ ହୋଇଛି। ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୫୭,୪୦୦ ଟଙ୍କା ଓ ରୂପା ୩,୨୯,୫୮୦ ଟଙ୍କା ପ୍ରତି କିଲୋ ଦରରେ ଟ୍ରେଣ୍ଡିଙ୍ଗ କରୁଛି।
ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଭୂରାଜନୈତିକ କାରଣ ସହ ଇଣ୍ଡଷ୍ଟ୍ରିଆଲ ଡିମାଣ୍ଡ ଯୋଗୁଁ ବଢୁଛି ସୁନା ଦର। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି।
ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ












Click it and Unblock the Notifications