ଆଜି ୪୦୦ ଟଙ୍କା କମିଲା ସୁନା ଦର

Gold Rate: ସପ୍ତାହର ଆରମ୍ଭରୁ କମିଲା ସୁନା ଦର । ସୋମବାର ଅର୍ଥାତ୍ 17 ମାର୍ଚ୍ଚରେ ସୁନା ଏବଂ ରୂପାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଆଜି 24 କ୍ୟାରେଟ୍ ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 400 ଟଙ୍କା ହ୍ରାସ ପାଇଥିବା ନେଇ ରେକର୍ଡ କରାଯାଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 2 ହଜାର ଟଙ୍କା ବୃଦ୍ଧି ପାଇଛି।

ବର୍ତ୍ତମାନ ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 88 ହଜାର ଟଙ୍କା ଉପରେ ରହିଥିବା ବେଳେ 22 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମକୁ 81,000 ଟଙ୍କା ରହିଛି । ସେହିପରି ଆଜି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ ଏକ କିଲୋଗ୍ରାମ ରୂପା ମୂଲ୍ୟ 1,02,900 ଟଙ୍କା ରହିଛି ।

Gold price

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 88,730 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 81,350 ଟଙ୍କା ରହିଛି ।

ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 88,580 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 81,200 ଟଙ୍କା ରହିଛି ।

କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 81,200 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି 10 ଗ୍ରାମକୁ 88,580 ଟଙ୍କା ରହିଛି ।

ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 88,580 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 82,100 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+