ଲାଲକିଲ୍ଲା ପରିସରରୁ ସୁନା, ହୀରା ଲାଗିଥିବା ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଚୋରିର ଏକ ଘଟଣା ଏବେ ହଇଚଇ ସୃଷ୍ଟି କରିବା ସହ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସରରୁ କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ ଚୋରି ହୋଇଥିବା ମାମଲା ଶନିବାର ସାମ୍ନାକୁ ଆସିଥିଲା ।

Lalkilla

ମିଳିଥିବା ସୂଚନାନୁଯାୟୀ, ଲାଲକିଲ୍ଲା ପରିସରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ସେହି ସମୟରେ ଏହି କଳସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଖବର ଜଣାପଡିବା ପରେ ସୁରକ୍ଷାକର୍ମୀଙ୍କ ହୋସ୍‌ ଉଡିଯାଇଥିଲା । ମାତ୍ର ଚୋରି କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।

କୁହାଯାଉଛି ଯେ କଳସରେ ୭୬୦ ଗ୍ରାମ ସୁନା ଏବଂ ୧୬୦ ଗ୍ରାମ ହୀରା ଖଚିତ ହୋଇଥିଲା। ଏହି କଳସର ମୂଲ୍ୟ ପ୍ରାୟ ଏକ କୋଟି ବୋଲି କୁହାଯାଉଛି। ମାମଲାର ସୂଚନା ପାଇବା ମାତ୍ରେ ପୁଲିସ ସକ୍ରିୟ ହୋଇ ଚୋରଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲା। ସିସିଟିଭି ଫୁଟେଜ୍ ମାଧ୍ୟମରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଗିରଫ କରିଛି ।

ଦିଲ୍ଲୀ ପୁଲିସ କହିଛି ଯେ, ଦିଲ୍ଲୀର ଲାଲକିଲ୍ଲା ପରିସରରେ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ସୁନା ଏବଂ ରତ୍ନପଥର ଖଚିତ କଳସ ଚୋରି ହୋଇଛି। ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାଗତ ସମାରୋହ ସମୟରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଆଦି ଖଚିତ ଏହି ୭୬୦ ଗ୍ରାମ ସୁନା କଳସ ଭିଡ଼ ମଧ୍ୟରେ ଗାଏବ ହୋଇଯାଇଥିଲା।
ଲାଲକିଲ୍ଲା ପରିସରରେ ଜୈନ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+