ପାର୍ବଣ ଋତୁ ପୂର୍ବରୁ ବଢିଲା ସୁନା ଦର
Gold Price: ଆସୁଛି ପାର୍ବଣ ଋତୁ, ହେଲେ ଏହା ପୂର୍ବରୁ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି ଏବଂ ନୂତନ ରେକର୍ଡ କରିଛି । ଘରୋଇ ବଜାରରେ ସୁନା 76 ହଜାର ଟଙ୍କା ଅତିକ୍ରମ କରିଛି।
ମଙ୍ଗଳବାର ଦିନ, ଆମେରିକୀୟ ବଜାରରେ ସୁନା ମୂଲ୍ୟରେ ଅତୁଳନୀୟ ବୃଦ୍ଧି ହୋଇଛି । ଘରୋଇ ବଜାରରେ ସୁନା 76 ହଜାର ଟଙ୍କା ଅତିକ୍ରମ କରିଛି । CNBC TV18 ର ଏକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଭାରତୀୟ ବଜାରରେ 10 ଗ୍ରାମ ପିଛା 24 କ୍ୟାରେଟ ସୁନା ମୂଲ୍ୟ 76,330 ଟଙ୍କାକୁ ବୃଦ୍ଧି ପାଇଛି।

ବୁଧବାର ଦିନ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 70,000ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ୍ ସୁନା ଦର 76,360 ଟଙ୍କା ରହିଛି । ସେହିପରି ମୁମ୍ବାଇରେ 22 କ୍ୟାରେଟ୍ ସୁନା ଦର 70 ହଜାର 150 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 76 ହଜାର 350 ଟଙ୍କା ରହିଛି । ନୂଆ ଦିଲ୍ଲୀରେ22 କ୍ୟାରେଟ୍ ସୁନା ମୂଲ୍ୟ 70,150 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 70,150ଟଙ୍କା ରହିଛି ।












Click it and Unblock the Notifications