୧୨୭ ବର୍ଷର ଗୋଦରେଜ୍ ଗ୍ରୁପ୍ ହେଲା ୨ଭାଗ

ନୂଆଦିଲ୍ଲୀ : ଦେଶର ସ୍ୱାଧୀନତା ପୂର୍ବରୁ ଯେତେବେଳେ ବି ବ୍ୟବସାୟୀ ଘର କଥା ସାଧାରଣରେ ଆଲୋଚନ ହୁଏ କିମ୍ବା କୌଣସି ସ୍ଥାନରେ ଏହି କଥା ଉଠେ ସେତେବେଳେ ମୁହଁକୁ ଆସେ ଗୋଟେ ନାଁ ଗୋଦ୍ରେଜ୍ ପରିବାର । ଏହି ବ୍ୟବସାୟୀକ ପରିବାରର ରିଅଲ୍ ଇଷ୍ଟେଟ୍ ଠାରୁ ଉପଭୋକ୍ତା ଉତ୍ପାଦ ପର୍ଯ୍ୟନ୍ତ ସବୁକିଛି ଯାଏଁ ବ୍ୟାପିଛି । କିନ୍ତୁ ବର୍ତମାନ ଏହି ବହୁ ଚର୍ଚ୍ଚିତ ପରିବାର ଏବେ ହୋଇଛନ୍ତି ବିଭାଜିତ ।

ଏହି ଗ୍ରୁପ୍ ସାବୁନ୍ ଏବଂ ଘର ଉପକରଣଠାରୁ ଆରମ୍ଭକରି ରିଅଲ୍ ଇଷ୍ଟେଟ୍ ପର୍ଯ୍ୟନ୍ତ କାରବାର ବିସ୍ତାର କରିଛି । ୧୨୭ ବର୍ଷ ପୁରୁଣା ଏହି ଗ୍ରୁପ୍ ମଧ୍ୟ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍‌ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି ।

ସୂଚନା ଅନୁସାରେ, ଆଦି ଏବଂ ତାଙ୍କ ଭାଇ ନାଦିର ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିବେ, ଯେଉଁଥିରେ ପାଞ୍ଚଟି ତାଲିକାଭୁକ୍ତ କମ୍ପାନୀ ଅନ୍ତର୍ଭୁକ୍ତ । ସେହିପରି ସମ୍ପର୍କୀୟ ଭାଇ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣାଙ୍କୁ ମଧ୍ୟ ସେମାନଙ୍କ ଭାଗ ଦିଆଯାଇଛି । ଗ୍ରୁପ ଅନୁସାରେ, ପ୍ରତିଷ୍ଠିତ ଏହି ପରିବାରକୁ ଦୁଇଟି ଭାଗରେ ବିଭାଜନ କରାଯାଇଛି ।

Godrej Family

ଗୋଟେ ପଟେ ଆଦି ଏବଂ ତାଙ୍କ ଭାଇ ନାଦିର ରହିଥିବା ବେଳେ ଅନ୍ୟପଟେ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣା ରହିଛନ୍ତି । ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଗୋଦରେଜ୍ ଗ୍ରୁପ୍‌ର ପାଞ୍ଚଟି କମ୍ପାନୀ ହେଉଛି ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍‌, ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍‌, ଗୋଦରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ ସାଇନ୍ସସ୍ । ଏହି କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ । ଏହି ଭାଗବଣ୍ଟା ନେଇ ଉଭୟ ପରିବାର ମଧ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ଏହି ବିଭାଜନ ପରେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ନାଦିର ଗୋଟିଏ ଅଂଶ ପାଇଛନ୍ତି । ଗ୍ରୁପ୍‌ର ଅନ୍ୟ ଅଂଶ ଆଦି ଗୋଦରେଜ୍‌ଙ୍କ ସମ୍ପର୍କୀୟ ଜାମସେଦ ଗୋଦରେଜ୍ ଏବଂ ଦାଦାଝିଅ ଭଉଣୀ ଗୋଦରେଜ କୃଷ୍ଣାଙ୍କୁ ମିଳିଛି । ଏହି ବିଭାଜନ ପରେ ଉଭୟ ପରିବାର ଗୋଦରେଜ୍ ବ୍ରାଣ୍ଡ ବ୍ୟବହାର ଜାରି ରଖିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+