୧୭ଜଣ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା, ଅଭିଯୋଗ ପରେ ଫେରାର ଭଣ୍ଡ ବାବା

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚିନୟାମା ନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଛି ।

ଏହି ବାବାଙ୍କ ବିରୁଦ୍ଧରେ ଓଡ଼ିଶାରେ ଦୁଷ୍କର୍ମର ଦୁଇଟି ମାମଲା ରୁଜୁ ହୋଇଛି। ପ୍ରଥମ ମାମଲା ୨୦୦୯ ମସିହାରେ ରୁଜୁ ହୋଇଥିବା ବେଳେ ଦ୍ୱିତୀୟ ମାମଲା ୨୦୧୬ ମସିହାରେ ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଛି ଯେ ବାବା ଚୈତନ୍ୟାନନ୍ଦ ଏହି ଦିଲ୍ଲୀ ଆଶ୍ରମର ତତ୍ତ୍ୱାବଧାରକ ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ।

ସେ ସେଠାରେ ରହୁଥିଲେ। ବାବା ଚୈତନ୍ୟାନନ୍ଦଙ୍କ ଉପରେ ଅଭିଯୋଗ କରିଥିବା ଝିଅମାନେ କୋର୍ଟରେ ବୟାନ ଦେଇଛନ୍ତି ଯେ ସେ ସେମାନଙ୍କୁ ସବୁବେଳେ ବ୍ଲାକମେଲ୍ କରୁଥିଲେ ଏବଂ ଯଦି ସେମାନେ କଥାବାର୍ତ୍ତା କରନ୍ତି ତେବେ ସେମାନଙ୍କୁ ଭୟଙ୍କର ପରିଣାମ ଦେବାକୁ ଧମକ ଦେଉଥିଲେ।

ବାବା ଚୈତନ୍ୟାନନ୍ଦ ଜଣେ ପ୍ରସିଦ୍ଧ ପ୍ରଫେସର, ଲେଖକ, ବକ୍ତା, ଶିକ୍ଷକ ଏବଂ କ୍ୱାଣ୍ଟମ୍ ଚେତନା ପ୍ରବର୍ତ୍ତକ। ସେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜନେସ୍‌ରୁ MBA ଏବଂ PhD ଡିଗ୍ରୀ ହାସଲ କରିଛନ୍ତି। ସେ ଭାରତ ଏବଂ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଅନେକ ପୋଷ୍ଟ-ଡକ୍ଟରାଲ୍ ଡିଗ୍ରୀ ଏବଂ ଡି.ଲିଟ୍ ଏବଂ ସାତଟି ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ ମଧ୍ୟ ପାଇଛନ୍ତି। ସେ ଆମେରିକା ଏବଂ ୟୁକେର ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଏବଂ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍‌ର ଜଣେ ବିଶିଷ୍ଟ ଫେଲୋ ମଧ୍ୟ।

Delhi Baba

ସୂଚନା ଅନୁସାରେ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଶେଷ ସ୍ଥାନ ଆଗ୍ରାର ଆଖାପାଖରେ ଚିହ୍ନଟ କରାଯାଇଛି । ପୀଡିତାଙ୍କ ବୟାନ ୧୬୪ ଧାରା ଅନୁଯାୟୀ ବିଚାରପତିଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି । ୩୨ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍‍ ମେସେଜ୍‍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ।

ଆଶ୍ରମର ନାମ ଶ୍ରୀ ଶାରଦା ଇଣ୍ଡିଆନ୍‍ ଇନଷ୍ଟିଚ୍ୟୁଟ ଅଫ୍‍ ମ୍ୟାନେଜମେଣ୍ଟ ଏବଂ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି ।ପୁଲିସ ଏହି ଘଟଣାରେ ସଂପୃକ୍ତଙ୍କ ବାବାଙ୍କ ବିଳାସପୂର୍ଣ୍ଣ କାର ଜବତ କରିଛି । ଯେଉଁଥିରେ ଅଭିଯୁକ୍ତ ଅପରେଟର ଏକ ନକଲି ଜାତିସଂଘ ଦୂତାବାସ ନମ୍ବର ପ୍ଲେଟ୍‍ ଲଗାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+