Get Updates
Get notified of breaking news, exclusive insights, and must-see stories!

ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା:୮ ଜଣଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ

Godhara Kand: ବହୁ ଚର୍ଚ୍ଚିଚ ୨୦୨୨ ଗୋଧ୍ରା ଟ୍ରେନ୍ କୋଚ୍ ପୋଡ଼ି ଘଟଣା । ଆଜି ସୁପ୍ରିମକୋର୍ଟ ୮ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨୭ ଫେବୃଆରୀ ୨୦୨୨ରେ, ଗୁଜୁରାଟର ଗୋଧ୍ରା ଠାରେ ସାବରମତି ଏକ୍ସପ୍ରେସର S-6 କୋଚରେ ଅଗ୍ନିକାଣ୍ଡରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ସେହି ସମୟରେ ଗୁଜୁରାଟରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା ।

୪ ଜଣ ଅଭିଯୁକ୍ତଙ୍କୁ ମିଳିନାହିଁ ଜାମିନ

ପ୍ରଧାନ ବିଚାରପଚି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ତପୀଠ ୮ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେମାନେ ୧୭ରୁ ୨୦ ବର୍ଷ ହେଲା ଜେଲରେ ରହି କାରାଦଣ୍ଡ ଭୋଗ କରିସାରିଛନ୍ତି । ଜାମିନ୍ ପାଇଥିବା ୮ ଜଣଙ୍କୁ ଗୋଧ୍ରା ଟ୍ରେନ୍ ପୋଡ଼଼ି ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିବା ନେଇ ସୂଚନା ରହିଛି ।

Godhara Kand

ଅନ୍ୟପକ୍ଷରେ ଟ୍ରାଏଲ୍ କୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ତ ପାଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି । ଏହି ୪ ଅପରାଧିଙ୍କୁ ଟ୍ରାଏଲ୍ କୋର୍ଟ ପ୍ରଥମେ ମୃତ୍ୟୁଦଣ୍ତରେ ଦଣ୍ତିତ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଗୁଜୁରାଟ ହାଇକୋର୍ଟ ଏହାକୁ ଆଜୀବନ ଜେଲଦଣ୍ତର ନିର୍ଦ୍ଦେଶ ଦେଇଥିଲେ । ଭାରତ ପାଇଁ ସଲିସିଟର-ଜେନେରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଏଦି ଚାରିଜଣଙ୍କ ପାଖରେ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ମଧ୍ୟ ଥିଲା ।

ଗୋଧ୍ରା ଘଟଣାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିବା ଅଭିଯୁକ୍ତଙ୍କ ନାମ ହେଉଛି- ଅବଦୁଲ୍ଲ ସତ୍ତାର ଗଧି, ୟୁନୁସ ଅବଦୁଲ୍ଲ ହକ, ମୋହଦ। ହନିଫ, ଅବଦୁଲ୍ଲ ରାଉଫ, ଇବ୍ରାହିମ ଅବଦୁଲ ରଜାକ, ଆୟୁବ ଅବଦୁଲ ଘାନି, ସୋହେବ ୟୁସୁଫ ଏବଂ ସୁଲେମାନ ଅହମ୍ମଦ ।

ସୋମବାର ଦିନ ଦୋଷୀଙ୍କ ଆବେଦନର ଶୁଣାଣି ହୋଇଥିଲା । ପୂର୍ବରୁ ଆଜୀବନ କାରାଦଣ୍ତ ପାଇଥିବା ଅଭିଯୁକ୍ତଙ୍କ ଅପରାଧ ଅତ୍ୟନ୍ତ ଗୁରୁତର । ସେମାନଙ୍କୁ କୌଣସି ପ୍ରକାକ ଆଶ୍ୱସ୍ତି ନ ଦେବା ପାଇଁ ଗୁରୁରାଟ ସରକାର ଦାବି କରିଥିଲେ ।

Supreme Court

ସୂଚନାଥାଉ ଯେ, ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ସାବରମତି ଏକ୍ସପ୍ରେସର ଏକାଧିକ କୋଚକୁ ଗୋଧ୍ରା ରେଳ ଷ୍ଟେସନ ନିକଟରେ ପୋଡ଼ି ଜଳାଇ ଦିଆଯାଇଥିଲା । ଯେଉଁଥିରେ ପ୍ରାୟ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ପୁରା ଗୁଜରାଟରେ ସାଂପ୍ରଦାୟିକା ଦଙ୍ଗା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସ୍ଥାନୀୟ କୋର୍ଟ ୨୦୧୧ରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ । ୩୧ ଜଣଙ୍କ ମଧ୍ୟରେ ୧୧ ମୃତ୍ୟୁଦଣ୍ତ ଓ ୨୦ ଜଣଙ୍କୁ ଆଜୀବନ ଆଜୀବନ ଜେଲଦଣ୍ତ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+