ଗୋଆ ଅଗ୍ନିକାଣ୍ଡ: ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ)ରୁ ଆହତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦୀ । ଅଗ୍ନିକାଣ୍ଡରେ ୨୩ ଜଣଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇ ମୃତକଙ୍କ ପରିବାରକୁ ଅନୁକମ୍ପା ଘୋଷଣା କରିବ ସହ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି ।

Goa fire

ମୋଦୀ ଘଟଣାରେ ପ୍ରତିକ୍ରିୟା ରଖି ଏକ୍ସରେ ଲେଖିଛନ୍ତି, ଗୋଆର ଆରପୋରାରେ ଅଗ୍ନିକାଣ୍ଡ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାରକୁ ମୋର ସମବେଦନା ଜଣାଉଛି । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ବିର୍ଚ ବାଇ ରୋମିଓ ଲେନରେ ଥିବା ଏକ ନାଇଟ୍ କ୍ଲବ୍ ରେ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା । ନାଇଟ୍ କ୍ଲବ୍ ଟି ଗତ ବର୍ଷ ହିଁ ସେଠାରେ ଖୋଲିଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ କ୍ଲବର ରୋଷେଇ କର୍ମଚାରୀ ଥିଲେ ଏବଂ ଏଥିରେ ତିନି ଜଣ ମହିଳା ମଧ୍ୟ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି । ମୃତକଙ୍କ ମଧ୍ୟରେ ତିନିରୁ ଚାରି ଜଣ ପର୍ଯ୍ୟଟକ ଥିବା ମଧ୍ୟ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+