ଆପ୍ ସାଂସଦଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲେ ଗୋଆ ମୁଖ୍ୟମନ୍ତ୍ରୀ
ବଢ଼ିଲା ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଅଡ଼ୁଆ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପତ୍ନୀ ତାଙ୍କ ନାଁରେ କରିଥିବା ୧୦୦ କୋଟିର ମାନହାନୀ କେସ୍ରେ ସ୍ଥାନୀୟ କୋର୍ଟ ଶ୍ରୀ ସିଂହଙ୍କୁ ନୋଟିସ କରିଛନ୍ତି। କୋର୍ଟ ନୋଟିସ ଜାରି କରି ୨୦୨୫ ଜାନୁଆରୀ ୧୦ ସୁଦ୍ଧା କୋର୍ଟ ସିଂଙ୍କ ଉତ୍ତର ମାଗିଥିଲେ। ନିକଟରେ ରାଜ୍ୟସଭା ସଦସ୍ୟ ସିଂହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପତ୍ନୀ ସୁଲକ୍ଷାନା ସାୱନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାଯାଇଛି।

ଉତ୍ତର ଗୋଆର ବିଚୋଲିମର ସିଭିଲ କୋର୍ଟରେ ସୁଲକ୍ଷଣା ସାୱନ୍ତ ଅଭିଯୋଗ କରିଛନ୍ତି। ଏହାକୁ ଗ୍ରହଣ କରି ସିଭିଲ୍ ମାମଲାର ବିଚାରପତି ଏକ ଶୁଣାଣି କରି ସଞ୍ଜୟ ସିଂଙ୍କୁ ନୋଟିସ୍ ଜାରି କରିଥିଲେ, ଯାହାର ଉତ୍ତର ଜାନୁୟାରୀ ୧୦, ୨୦୨୫ରେ ଦେବାକୁ ପଡିବ।












Click it and Unblock the Notifications