Get Updates
Get notified of breaking news, exclusive insights, and must-see stories!

ଲତା ମଙ୍ଗେସକରଙ୍କ ଦେହାନ୍ତ: ଗୋଆରେ ମୋଦୀଙ୍କ ଭର୍ଚୁଆଲ ରାଲି ବାତିଲ କଲା ବିଜେପି

ଗୋଆ: ସୁର ସମ୍ରାଜ୍ଞୀଙ୍କ ଦେହାନ୍ତ ଯୋଗୁ ଆଜି ଗୋଆରେ ହେବାକୁ ଥିବା ଏକ ନିର୍ବାଚନୀ ସଭାକୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୋଆରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚୁଆଲ ସ୍ଥିରୀକୃତ ହୋଇଥିଲା । ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି । ଗୋଆରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶିତ ହେବାକୁ ସ୍ଥିର ହୋଇଥିଲା ।

bjp Goa

ଗୋଆରେ ନିର୍ବାଚନ ପ୍ରଚାର ପାଇଁ ବିଜେପିର ରହିଥିଲା ଗୋଟିଏ ପରେ ଗୋଟିଏ ଏକାଧିକ ପ୍ରଚାର ଯୋଜନା। ଏଥିରେ ନିର୍ବାଚନୀ ଇସ୍ତାହାର ପ୍ରକାଶନ ଠାରୁ ଆରମ୍ଭ କରି ବରିଷ୍ଠ ନେତା ନିତିନ ଗଡକରିଙ୍କ ସଭା ତଥା ପିଏମ ମୋଦୀଙ୍କ ଭର୍ଚୁଆଲ ରାଲି ମଧ୍ୟ ଥିଲା ସ୍ଥାନିତ । ତେବେ ରବିବାର ସକାଳୁ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ସମସ୍ତ ସୂଚୀ ରଦ୍ଦ କରଯାଇଥିଲା । ଇସ୍ତାହାର ପ୍ରକାଶନ କାର୍ଯ୍ୟକୁ ମଧ୍ୟ ଦଳ ସାମୟିକ ଭାବରେ ବନ୍ଦ କରି ଥିବା ଜଣାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ନେତା ପ୍ରମୋଦ ସାୱନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+