ଦେଶର ଏକାଧିକ ବିମାନବନ୍ଦରରେ ବିସ୍ଫୋରଣ ଧମକ,ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶର ଏକାଧିକ ବିମାନବନ୍ଦରରେ ବିସ୍ଫୋରଣ ଧମକ । ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି । ସୋମବାର ଇ-ମେଲ୍ ଯୋଗେ ଏହି ଧମକ ମିଳିଛି । ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୦ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ ମିଳିଛି । ଏହି ଇ-ମେଲ୍ ବିମାନବନ୍ଦର ନିର୍ଦେଶକ ଆବିଦ ରୁଇଙ୍କ ମେଲ୍ ଆଇଡିକୁ ଆସିଥିବା ଜଣାପଡ଼ିଛି ।

ଏହି ଇମେଲକୁ ପୋଲିସ ଏକ ନକଲି ଇମେଲ ବୋଲି ସନ୍ଦେହ କରୁଛି ଏବଂ ଅଧିକାରୀମାନେ କହିଛନ୍ତି ଯେ ଇମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ପୋଲିସ ସନ୍ଦେହ କରୁଛି ଯେ ଏହା ନକଲି ଇମେଲ ଏବଂ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଠାଯାଇଛି । ଇମେଲ ପ୍ରେରକଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି ।

goa airport

ଦୁଇ ଦିନ ପୂର୍ବେ କୋଲକାତା ସମେତ ଦେଶର ଅନେକ ବିମାନବନ୍ଦରରେ ମଧ୍ୟ ସମାନ ଇମେଲ ଆସିଥିଲା, ଯାହା ପରେ ଫେକ୍ ବୋଲି ଜଣାପଡ଼ିଥିଲା । ଗୋଆର ଡାବୋଲିମ୍ ଏୟାରପୋର୍ଟକୁ ସେମାନଙ୍କ ଅଫିସିଆଲ୍ ଇମେଲରେ ବୋମା ଧମକ ମିଳିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ ବୋମା ସ୍ଟ୍ରାଡ୍ ବିମାନ ବନ୍ଦରରେ ଖୋଜାଖୋଜି କରିଥିଲା ।

ତେବେ କିଛି ଉଦ୍ଧାର କରାଯାଇ ନାହିଁ । ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି- 'ଆମେ ବର୍ତମାନ ଅତିରିକ୍ତ ସତର୍କତା ଅବଲମ୍ବନ କରୁଛୁ । ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି କରାଯାଇଛି, କିନ୍ତୁ ବିମାନ ଚଳାଚଳ ପ୍ରଭାବିତ ହୋଇନାହିଁ । ଏନେଇ ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇ-ମେଲ୍ ନେଇ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ କରିଛନ୍ତି । ବିମାନବନ୍ଦରଗୁଡ଼ିକର ସୁରକ୍ଷା ବୃଦ୍ଧି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+