ପ୍ରାଚୀନ କାଳରୁ ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ଥିଲା ଓଡ଼ିଶା- ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା । ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଗୁରୁବାର ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା । ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି । ଆମେ ଏକ ନୂଆ ଭାରତର ମୂଳଦୁଆ ପକାଇବା ସମୟରେ ଆମର ସାମୁଦ୍ରିକ ଶକ୍ତି ମଧ୍ୟ ବୃଦ୍ଧି କରିବା ଉଚିତ୍ ।

dharmendra_pradhan

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏକ ସୁଦୃଢ଼, ଦକ୍ଷତା-ଭିତ୍ତିକ ଏବଂ ଶିଳ୍ପ-ପ୍ରସ୍ତୁତ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ । ଜାତୀୟ ଶିକ୍ଷା ନୀତି ଦ୍ୱାରା ଆମେ ଆମର ନାବିକମାନଙ୍କୁ ସ୍କିଲ, ରି-ସ୍କିଲ୍ ଏବଂ ଅପ୍-ସ୍କିଲ୍ କରିବା ସହ ସେମାନଙ୍କୁ ଭବିଷ୍ୟତ ଏବଂ ଶିଳ୍ପ ପାଇଁ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଅଧିକରୁ ଅଧିକ ଭାରତୀୟ ମହିଳା ନାବିକଙ୍କୁ ନିୟୋଜିତ କରିବା ପାଇଁ ନାବିକମାନଙ୍କୁ ଭବିଷ୍ୟତର ଦକ୍ଷତା, ମାନକୀକରଣ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ଗ୍ଲୋବାଲ ମେରିଟାଇମ ଇଣ୍ଡିଆ ସମ୍ମିଟ୍ କାର୍ଯ୍ୟ କରିବାର ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହିତ ଜାହାଜ ଚଳାଚଳ ଶିଳ୍ପର କଲ୍ୟାଣ, ଅଧିକାର ଏବଂ ନାବିକଙ୍କ ସ୍ୱୀକୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବନ୍ଦର, ଜାହାଜ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସହ ସାକ୍ଷାତ୍ କରିଥିଲେ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ଅନେକ ଏମଓୟୁ ସ୍ୱାକ୍ଷର ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+