Get Updates
Get notified of breaking news, exclusive insights, and must-see stories!

ଲଭ୍ ପାଇଁ କୁଛ୍ ଭି କରେଗା, ପ୍ରେମିକକୁ ଦେଖା କରିବା ପାଇଁ ଗାଁର ବିଜୁଳି କାଟି ଦେଉଥିଲା ପ୍ରେମିକା

ପାଟନା: ବିହାରରେ ଏକ ଅଜବ ପ୍ରେମର ଆଶ୍ଚର୍ଯ୍ୟଜନକ କାହାଣୀ ସାମ୍ନାକୁ ଆସୁଛି । ସ୍ଥାନୀୟ ବେଟିଆ ଅଞ୍ଚଳର ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ପୁରା ଗାଁର ବିଦ୍ୟୁତ କାଟି ଦେଉଥିଲେ ।

ବାସ୍ତବରେ, ଗାଁରେ ଲାଇନ୍‌ କଟୁ ନଥିବାରୁ ପ୍ରେମିକା ନିଜ ପ୍ରେମିକକୁ ଭେଟିବାକୁ ସୁଯୋଗ ପାଉ ନଥିଲେ । ତେଣୁ ସବୁଦିନ ରାତିରେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଯାଇ ତାର ଛିଣ୍ଡାଇ ଦେଉଥିଲେ ପ୍ରେମିକା । ଫଳରେ ପୁରା ଗାଁ ଅନ୍ଧାର ହୋଇଯିବା ପରେ ଏହି ସୁଯୋଗରେ ସେ ପ୍ରେମିକ ପାଖକୁ ଚାଲି ଆସୁଥିଲେ । ଏମିତି କିଛି ଦିନ ଚାଲିବା ପରେ ଶେଷରେ ଯୁବତୀଙ୍କ ଏହି କାରନାମା ଗାଁ ଲୋକଙ୍କ ଆଖିରେ ପଡ଼ିଥିଲା । ଦୁଇ ପ୍ରେମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିବା ସହ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Patna

ତେବେ ବିଦ୍ୟୁତ କାଟ ପରେ ଗାଁରେ ଚୋରି ଘଟଣା ବଢି ଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଗାଁର ଅନେକ ଲୋକଙ୍କ ମୋଟର ସାଇକେଲ, ଶସ୍ୟ ଏବଂ ଅନ୍ୟାନ୍ୟ ଜିନିଷ ଚୋରି ହେବାକୁ ଲାଗିଥିଲା । ଫଳରେ ଲୋକମାନେ ବିଦ୍ୟୁତ୍ କାଟକୁ ଚୋରମାନଙ୍କର ଏକ ଷଡ଼ଯନ୍ତ୍ର ବୋଲି ଭାବିଥିଲେ । ତେଣୁ ଗାଁର ଲୋକମାନେ ଏଥର ସଜାଗ ରହିଥିଲେ । ତା'ପରେ ସେମାନେ ଦୁହିଁଙ୍କୁ ରଙ୍ଗେ ହାତରେ ଧରିଥିଲେ ।

ପରେ ଗ୍ରାମବାସୀ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ତା'ପରେ ପୋଲିସ ପ୍ରେମିକଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+