୭ ମାସରେ ୨୫ ଜଣଙ୍କ ସହ ହାତଗଣ୍ଠି; କଣ ରହିଛି କାରଣ ?

ଜଣେ କି ଦୁଇ ଜଣ ନୁହଁନ୍ତି, ୨୫ ଜଣଙ୍କୁ ବିବାହ କରିଛନ୍ତି ମହିଳା । ପୁଣି ମାତ୍ର ୭ ମାସ ମଧ୍ୟରେ । ଶେଷରେ ପୁଲିସ ହାତରେ ଧରାପଡ଼ି ଏବେ ଜେଲ ଯାଇଛନ୍ତି ମହିଳା। ଟଙ୍କା ଏବଂ ସୁନାଗହଣା ହଡ଼ପ କରିବା ଉଦ୍ଦେଶ୍ୟରେ ମହିଳା ଜଣକ ଏକାଧିକ ବିବାହ କରୁଥିଲେ । ଘଟଣାଟି ରାଜସ୍ଥାନର । କିନ୍ତୁ ବିବାହ ତାଲିକା ବ୍ୟାପିଛି ଏକାଧିକ ରାଜ୍ୟକୁ ।

ମହିଳାଙ୍କ ନାଁ ହେଉଛି ଅନୁରାଧା ପାସଓ୍ବାନ। ମଧ୍ୟପ୍ରଦେଶର ସଓ୍ବାଇ ମାଧୋପୁର ପୁଲିସ ସୋମବାର ତାଙ୍କୁ ଭୋପାଳରୁ ଗିରଫ କରିଛି। ବିବାହ କରି ଲୋକଙ୍କୁ ଠକୁଥିବା ରାକେଟର ସେ ଜଣେ ସଦସ୍ୟ। ଅନୁରାଧା ବିବାହ ହୋଇପାରୁ ନ ଥିବା ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ମଧ୍ୟସ୍ଥ ଜରିଆରେ ବିବାହ ପ୍ରସ୍ତାବ ଦେଇ କୋର୍ଟରେ ବିବାହ କରୁଥିଲେ। ୪/୮ ଦିନ ରହିବା ପରେ ସେ ଟଙ୍କା ଏବଂ ଗହଣା ଧରି ସେଠାରୁ ଫେରାର ହୋଇଯାଉଥିଲେ ।

GIRL MARRIED 25 people in 7 months

ସଓ୍ବାଇ ମାଧୋପୁର ଅଞ୍ଚଳର ବିଷ୍ଣୁ ଶର୍ମା ନାମକ ବ୍ୟକ୍ତି ଅନୁରାଧାଙ୍କ ଜାଲରେ ପଡ଼ି ଠକେଇର ଶିକାର ହେବା ପରେ ଗତ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ବିବାହ ପାଇଁ ଝିଅ ଠିକ କରିବା ଲାଗି ସେ ପ୍ରଥମେ ୨ ଜଣ ମଧ୍ୟସ୍ଥ ସୁନିତା ଏବଂ ପପୁ ମୀନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ସେମାନେ ଅନୁରାଧାଙ୍କୁ ଦେଖାଇ ବିବାହ ପ୍ରସ୍ତାବ ଦେଇଥିଲେ। ଗତ ଏପ୍ରିଲ ୨୦ରେ ସ୍ଥାନୀୟ ଏକ କୋର୍ଟରେ ସେମାନଙ୍କ ବିବାହ ହୋଇଥିଲା। ଏହା ପରେ ମେ ୨ ତାରିଖରେ ଅନୁରାଧା ବିଷ୍ଣୁଙ୍କ ଘରୁ ବହୁ ସୁନା ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ଯାହାଫଳରେ ବିଷ୍ଣୁ ଏ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ।

ଅନୁରାଧା ପୂର୍ବରୁ ଉତ୍ତର ପ୍ରଦେଶର ମହାରାଜାଗଞ୍ଜ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଶାଶୁଘରେ ଝଗଡ଼ା ହେବାରୁ ସେ ସ୍ଵାମୀଙ୍କୁ ଛାଡ଼ି ଭୋପାଳ ଚାଲିଆସିଥିଲେ। ଏହା ପରେ ସେ ବିବାହ କରି ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ ସହିତ ମିଶି ଲୋକଙ୍କୁ ଠକି ଚାଲିଥିଲେ। ଗ୍ୟାଙ୍ଗର ଏଜେଣ୍ଟମାନେ ଅନୁରାଧାଙ୍କ ଫଟୋ ଦେଖାଇ ବିବାହ ଠିକ୍‌ କରିଦେବା ଲାଗି ଅସହାୟ ଯୁବକମାନଙ୍କଠାରୁ ୨ରୁ ୫ ଲକ୍ଷ ଟଙ୍କା ଦାବି କରୁଥିଲେ। ପରବର୍ତ୍ତୀ ସମୟରେ ବିବାହ ପରେ ଅନୁାରାଧା ସେମାନଙ୍କୁ ଠକି ସୁନାଗହଣା ଧରି ଫେରାର ହୋଇଯାଉଥିଲେ। ଏହିଭଳି ଭାବେ ସେ ପ୍ରାୟ ୨୫ ଜଣଙ୍କୁ ବିବାହ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+