Get Updates
Get notified of breaking news, exclusive insights, and must-see stories!

ନୀଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ‘ବ୍ରା’ ଖୋଲିବାକୁ କରାଗଲା ବାଧ୍ୟ: ଜାଣନ୍ତୁ, ଏପରି କିଛି ନିୟମ ରହିଛି କି ?

ଚେନ୍ନାଇ: ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (ଅଣ୍ଡର ଗ୍ରାଜୁଏଟ୍) ବା ନୀଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରାଗଲା । ଏନେଇ ଚେନ୍ନାଇରେ ଜଣେ ମହିଳା ସମ୍ବାଦିକଙ୍କ ଟ୍ବିଟ ପରେ ବିବାଦ ବଢ଼ିବାରେ ଲାଗିଛି ।

ବାସ୍ତବରେ, ପରୀକ୍ଷା କେନ୍ଦ୍ରକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ଜଣେ ମହିଳା ସାମ୍ବାଦିକା । ହେଲେ ସେଠାରେ ସେ ଦେଖିଥିଲେ ଯେ, ପରୀକ୍ଷା କେନ୍ଦ୍ର ବାହାରେ ଜଣେ ଛାତ୍ରୀ ମନଦୁଃଖରେ ବସିବା ସହ ସେ ଲଜ୍ଜ୍ୟା ଅନୁଭବ କରୁଥିଲେ । ସେ ଏକ ବହି ଧରି ଲୁଚିବା ଭଳି ବସି ତାଙ୍କ ପରିଜନଙ୍କୁ ଅପେକ୍ଷା କରି ରହିଥିଲେ । ତେବେ ସାମ୍ବାଦିକା ଜଣଙ୍କ ଏହାର କାରଣ ଛାତ୍ରୀଙ୍କୁ ପଚାରିଥିଲେ । ପରୀକ୍ଷା ଦେବା ସମୟରେ ବ୍ରା ବା ଅନ୍ତବସ୍ତ୍ର ପିନ୍ଧିବାକୁ ମନା କରାଯାଇଥିଲା ବୋଲି ଛାତ୍ରୀ ଜଣଙ୍କ କହିଥିଲେ । ତେଣୁ ପରୀକ୍ଷା କେନ୍ଦ୍ରରେ ଅନ୍ତବସ୍ତ୍ର ପିନ୍ଧିବା ଅନୁମତି ଅଛି ନା ନାହିଁ ବୋଲି ସାମ୍ବାଦିକା ଜଣଙ୍କ ଟ୍ୱିଟ କରିଥିଲେ ।

NEET Exam 2023

ସେ ଟ୍ୱିଟ୍ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ୍ କରିଥିଲେ। ବାଧ୍ୟ ହୋଇ ସେ ଟ୍ୱିଟ୍ ଡିଲିଟ୍ କରିବା ସହିତ ଏକ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପରୀକ୍ଷା ସେଣ୍ଟରରେ ଅର୍ଦ୍ଧାଧିକ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। ଯେଉଁମାନେ ମୋର ପ୍ରଶ୍ନକୁ ନେଇ ମୋତେ ଟ୍ରୋଲ୍ କରିବା ଅପେକ୍ଷା ପରୀକ୍ଷା ଆୟୋଜକଙ୍କୁ ଥରେ ପ୍ରଶ୍ନ କରାଯାଉ।

ତେବେ ଏହି ମାମଲାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ନିଜର ବୟାନ ରଖିଥିଲେ । ଏପରି ଗତିବିଧିକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୂର୍ବରୁ ବିରୋଧ କରିଆସୁଛନ୍ତି । ନିଟ ପରୀକ୍ଷା ରାଜ୍ୟ ସରକାର ଆୟୋଜନ କରନ୍ତି ନାହିଁ । ଛାତ୍ରୀଙ୍କର ହେୟାର ପିନ ଓ ଡ୍ରେସ ଖୋଲି ଯାଞ୍ଚ କରାଯିବା ନିହାତି ନିନ୍ଦନୀୟ ବୋଲି ମନ୍ତ୍ରୀ କହିଥିଲେ ।

ସୂଚନାଥାଉ କି, ଛାତ୍ରଛାତ୍ରୀମାନେ କୌଣସି ମେଟାଲିକ୍ ଅବଜେକ୍ଟ ବା ଧାତବ ବସ୍ତୁ ପରିଧାନ କରିଥିଲେ ପରୀକ୍ଷା ଦେବାକୁ ଅନୁମତି ନାହିଁ । ଏହାକୁ ଆଣ୍ଟିଚିଟିଂ ଭାବେ ଗଣାଯାଇଥାଏ । ତେବେ ଅନ୍ତବସ୍ତ୍ର ନ ଖୋଲିଲେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଛାତ୍ରୀଙ୍କୁ କୁହାଯାଇଥିଲା । ଏନେଇ ଅନେକ ଅଭିଭାବକ ପୋଲିସରେ ଅଭିଯୋଗ ଦାୟର ମଧ୍ୟ କରିଛନ୍ତି । ତେଣୁ ଏହି ବିବାଦର ସମାଧାନର ବାଟ ଖୋଜିବା ନିହାତି ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+