ଗିରିରାଜ ସିଂଙ୍କ ବଡ଼ ବୟାନ, କହିଲେ ନବୀନ-ନୀତିଶ ମିଳୁ ଭାରତରତ୍ନ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଦିଆଯାଉଛି। ଏମିତି ଦାବି ଉଠାଇଛନ୍ତି ବେଗୁସରାଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ନିଜ ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗିରିରାଜ ଏପରି ମନ୍ତବ୍ୟ ଦେଇଛନ୍ତି।
ଏହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗିରିରାଜ ସିଂହ କହିଥିଲେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନହେଲା ପର୍ଯ୍ୟନ୍ତ ବିହାର ଏହାର ଖରାପ ରାସ୍ତା, ଦୁର୍ବଳ ସ୍କୁଲ୍ କୋଠା ଆଦି ପାଇଁ ବେଶ୍ ଜଣାଶୁଣା ଥିଲା। କିନ୍ତୁ ନୀତୀଶ ରାଜ୍ୟକୁ ଏକ ନୂଆ ସ୍ତରକୁ ନେଇ ଯାଇଛନ୍ତି। ବର୍ତ୍ତମାନର ଛୁଆମାନେ ଲାଲୁଙ୍କ ଜଙ୍ଗଲ ରାଜ ଦେଖି ନାହାନ୍ତି। ନୀତୀଶ କୁମାର ଏହି ରାଜ୍ୟର ବିକାଶ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକ ଓଡ଼ିଶାକୁ ବହୁ ବର୍ଷ ଧରି ଶାସନ କଲେ। ସେମାନଙ୍କ ଭଳି ନେତାମାନେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତରତ୍ନ' ପାଇବାକୁ ହକଦାର।

ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା। ଗିରିରାଜ ସିଂହ ଆହୁରି କହିଥିଲେ ଯେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚାଲାକି ଓ ପ୍ରୟାସ କାମ କରିବନି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ।












Click it and Unblock the Notifications