Ghibli ଆର୍ଟ, 40 ବିଲିୟନ ଡଲାର ରୋଜଗାର କଲା OpenAI, କମ୍ପାନୀର ମୂଲ୍ୟ ବୃଦ୍ଧି

ଗିବଲି ଆର୍ଟ ଚିତ୍ର ପାଇଁ ଏକ ଜବରଦସ୍ତ କ୍ରେଜ୍ ସାରା ବିଶ୍ୱରେ ଦେଖାଯାଉଛି। OpenAIର ଚାଟବଟ୍ ଚାଟ୍ ଜିପିଟିରେ ପ୍ରତିଛବି ଉତ୍ପାଦନ ବିକଳ୍ପରେ ଗିବଲି ଆର୍ଟର ଏକ ବୈଶିଷ୍ଟ୍ୟ ଅଛି। ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଓପନ୍ ଏଆଇର ପ୍ରତିଷ୍ଠାତା-ସିଇଓ ସାମ ଆଲ୍ଟମ୍ୟାନ୍ ଆଜି ସୂଚନା ଦେଇଛନ୍ତି ଯେ ଗିବଲି ଷ୍ଟାଇଲ୍ ଇମେଜ୍ ଉତ୍ପାଦନ ବୈଶିଷ୍ଟ୍ୟ ହେତୁ ମାତ୍ର ଏକ ଘଣ୍ଟା ମଧ୍ୟରେ ପ୍ଲାଟଫର୍ମରେ 10 ଲକ୍ଷ ଉପଭୋକ୍ତା ଯୋଡି ହୋଇଥିଲେ।

Ghibli Art

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଗିବଲି ଟ୍ରେଣ୍ଡ ଯୋଗୁଁ ଏତେ ସଂଖ୍ୟକ ଲୋକ ବର୍ତ୍ତମାନ ଏହି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ଯାହା ସଫ୍ଟବ୍ୟାଙ୍କ ଗ୍ରୁପ ଦ୍ୱାରା ପରିଚାଳିତ ନିବେଶକଙ୍କ ଠାରୁ 40 ବିଲିୟନ ଡଲାର ସଂଗ୍ରହ କରିଛି, ଯେଉଁ କାରଣରୁ କମ୍ପାନୀର ମୂଲ୍ୟ ଦ୍ୱିଗୁଣିତ ହୋଇ 300 ବିଲିୟନ ଡ଼ଲାରରେ ପହଞ୍ଚିଛି। ମାର୍ଚ୍ଚ 31 ରେ ଦିଆଯାଇଥିବା ବିବୃତ୍ତିରେ ସାମ ଅଲ୍ଟମାନ କହିଛନ୍ତି ଯେ, ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଲୋକ ଚାଟଜିପିଟି ବ୍ୟବହାର କରୁଛନ୍ତି। ଏହା ଆମକୁ ଆଗକୁ ବଢିବାରେ ସାହାଯ୍ୟ କରେ ଏବଂ ଦୈନନ୍ଦିନ ଜୀବନରେ AI ପାଇଁ ଅଧିକ ବ୍ୟବହାର ସୃଷ୍ଟି କରେ।

ଆପଣ ଗିଭଲି ଟେଣ୍ଡରେ ନିଜକୁ ସାମିଲ କଲେଣି ନା ନାହିଁ । ଆଜ୍ଞା ହଁ ଏବେ ସୋସିଆଲ ମିଡିଆରେ ଗିଭଲି ଟ୍ରେଣ୍ଡ । ଫେସବୁକ୍ ହେଉ କିମ୍ବା ଏକ୍ସ, ଅବା ଇନଷ୍ଟାଗ୍ରାମ ଖୋଲୁ ଖୋଲୁ ଏବେ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି । ଆଉ ସେ ହେଉଛି ଘିବଲି ।

ଏ ଘିବଲି ନାଁଟା ଆପଣଙ୍କୁ ନୂଆ ଲାଗୁଥିଲେ ମଧ୍ୟ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଉ ଏହି ଟ୍ରେଣ୍ଡିଙ୍ଗର ଶ୍ରେୟ ଯାଉଛି Open AI ର GPT- 40 ମଡେଲକୁ। ଲୋକମାନେ ଏହି ଟୁଲ୍ ଜରିଆରେ ଯେକୌଣସି ଫଟୋକୁ ଆକର୍ଷଣୀୟ ରୂପେ ପରିବର୍ତ୍ତନ କରି ଆନିମେଟେଡ଼ ଭଳି ରୂପାନ୍ତରଣ କରିପାରୁଛନ୍ତି । ଯାହାର କ୍ରେଜ ଏବେ ସବୁଠି ଦେଖିବାକୁ ମିଳୁଛି ।

ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, କୌଣସି ମିମ୍ସ, ରୋମାଣ୍ଟିକ ଫଟୋ ସବୁ ଏବେ ଘିବଲି ଷ୍ଟାଇଲିରେ ରୂପାନ୍ତରିତ ହେଉଛି। ଆପଣ ମାନଙ୍କ ମନରେ ନିଶ୍ଚୟ ଅନେକ ପ୍ରଶ୍ନ ଉଠୁଥିବ ଯେ ଘିବଲି କ'ଣ, ଆପଣ ଏଥିରୁ ଏପରି ଏକ ଆନିମେଟେଡ୍ ଚିତ୍ର କିପରି ତିଆରି କରିପାରିବେ ଇତ୍ୟାଦି ।

ତେବେ ଆସନ୍ତୁ ଜାଣିବା ଘିବଲି ବିଷୟରେ

AI ଚାଟବାଟ ChatGPT ନିକଟରେ ଏକ ବଡ ଅପଡେଟ୍ । ଏବେ ଏହା ଇମେଜ୍ ଜେନେରେଟ କରିପାରିବ । ଉପଭୋକ୍ତା ମାନେ ଏବେ ବେଶ୍ ଉତ୍ସାହର ସହ ଏହାକୁ ବ୍ୟବହାର କରୁଛନ୍ତି । ଖାସ୍ କରି ଏହାର 'ଷ୍ଟୁଡିଓ ଘିବଲି'ର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି ।

ଷ୍ଟୁଡିଓ ଘିବଲି କ'ଣ?

ଷ୍ଟୁଡିଓ ଘିବଲି ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ ଯାହା ୧୯୮୫ ମସିହାରେ ମିଆଜାକି, ଇସାଓ ତାକାହାତା ଏବଂ ତୋଶିଓ ସୁଜୁକିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଆପଣଙ୍କୁ କହି ରଖୁଛୁ ଯେ, ଘିବଲି ନାମଟି ଇଟାଲୀୟ ଶବ୍ଦରୁ ଆସିଛି, ଯାହାର ଅର୍ଥ ସାହାରା ମରୁଭୂମିର ଗରମ ପବନ । ଏହି ନାମଟି ମିୟାଜାକିଙ୍କ ଇଟାଲୀ ଏବଂ ଉଡ଼ାଜାହାଜ ପ୍ରତି ପ୍ରେମରୁ ପ୍ରେରିତ ହୋଇଥିଲା। ହାୟାଓ ମିୟାଜାକି ହେଉଛନ୍ତି ଘିବଲିର ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ। ତାଙ୍କୁ 'ଏସିଆର ୱାଲ୍ଟ ଡିଜନି' ବୋଲି ମଧ୍ୟ କୁହାଯାଏ।

ଘିବଲି ଫିଲ୍ମର ବିଶେଷତା:

ଷ୍ଟୁଡିଓ ଘିବଲିର ଆନିମେଟେଡ୍ ଚଳଚ୍ଚିତ୍ର

ଘିବଲିର ଅନେକ ଚଳଚ୍ଚିତ୍ର କ୍ଲାସିକ୍ ପାଲଟିଛି। ଏମାନଙ୍କ ମଧ୍ୟରୁ ଦୁଇଟି ଓସ୍କାର ମଧ୍ୟ ଜିତିଛନ୍ତି । ଗୋଟେ ହେଉଛି ସ୍ପିରିଟେଡ୍ ଆୱେ (୨୦୦୧) ଏବଂ ଅନ୍ୟଟି ହେଉଛି ଦି ବୟ ଆଣ୍ଡ ଦି ହେରନ୍ (୨୦୨୩)

ହାୟାଓ ମିଆଜାକି କିଏ?

ଆପଣଙ୍କୁ ଜଣାଇ ଦେଉଛୁ ଯେ, ହାୟାଓ ମିୟାଜାକି ଜାପାନର ଜଣେ ପ୍ରସିଦ୍ଧ ଆନିମେସନ୍ ନିର୍ଦ୍ଦେଶକ ଏବଂ ଷ୍ଟୁଡିଓ ଘିବଲିର ସହ-ପ୍ରତିଷ୍ଠାତା। ତାଙ୍କୁ 'ଏସିଆର ୱାଲ୍ଟ ଡିଜନି' କୁହାଯାଏ। ୨୦୧୪ ମସିହାରେ ସେ ଓସ୍କାର ସମ୍ମାନଜନକ ପୁରସ୍କାର ପାଇଥିଲେ। ମିଆଜାକି AI ବ୍ୟବହାର କରି ସୃଷ୍ଟି ହୋଇଥିବା କଳାର ବିରୋଧୀ। ୨୦୧୬ରେ, ଯେତେବେଳେ ତାଙ୍କୁ AI ଦ୍ୱାରା ନିର୍ମିତ ଏକ ଆନିମେସନ୍ କ୍ଲିପ୍ ଦେଖାଯାଇଥିଲା, ସେ ଏହାକୁ 'ଜୀବନର ଅପମାନ' ବୋଲି କହିଥିଲେ। ସେ କହିଥିଲେ ଯେ କୃତ୍ରିମ ଶାସ୍ତ୍ର କଳାକାରମାନଙ୍କୁ ବଦଳାଇ ପାରିବ ନାହିଁ। ଏହା କଳା ଏବଂ ଭାବନାର ଅପମାନ।

କେମିତି କରିବେ Ghibli style AI portraits

ଯଦି ଆପଣ Grok ବ୍ୟବହାର କରି Ghibli ପ୍ରତିଛବି ସୃଷ୍ଟି କରିବାକୁ ଚାହାଁନ୍ତି, ତେବେ ଆପଣ ଏକ ପ୍ରମ୍ପ୍ଟ ଦେଇ ଏହା କରିପାରିବେ। କିନ୍ତୁ ଆପଣଙ୍କୁ ପ୍ରମ୍ପ୍ଟଟି ବିସ୍ତୃତ ଭାବରେ ଏବଂ ସରଳ ଶବ୍ଦରେ ଲେଖିବାକୁ ପଡିବ। ଆପଣ ଏହିପରି ପ୍ରମ୍ପ୍ଟ ଦେଇପାରିବେ - Create image of beautiful pink flower in brown pot in Ghibli style, create image of cute dancing cat in Ghibli style image, ଏପରି ପ୍ରମ୍ପ୍ଟ ଦେଇ ଆପଣ ଘିବଲି ଶୈଳୀ ପ୍ରତିଛବି ସୃଷ୍ଟି କରିପାରିବେ।

ChatGPT (GPT-4o) ସାହାଯ୍ୟରେ ଷ୍ଟୁଡିଓ ଘିବଲି ଷ୍ଟାଇଲ୍ ଇମେଜ୍ ମଧ୍ୟ ତିଆରି କରିପାରିବେ । ସେଥିପାଇଁ ପ୍ରଥମେ ChatGPT ଖୋଲନ୍ତୁ । ଏବେ ଏହା ଆଡଭାନ୍ସ ଇମେଜ୍ ଜେନେରେସନ୍ ଫିଚର ସହିତ ଆସୁଛି। ଏବେ ଆପଣ ଆପଣଙ୍କର ଯୋଉଁ ଫଟୋକୁ ଘିବଲି ଷ୍ଟାଇଲରେ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତା'କୁ ସେଠାରେ ଅପଲୋଡ୍ କରନ୍ତୁ ଏବଂ ପ୍ରମ୍ପ୍ଟ ପ୍ରବେଶ କରନ୍ତୁ। ପ୍ରମ୍ପ୍ଟ - 'generate the Ghibli-style version.'

ଏହିପରି ଆମେ ଘିଭଲି ଜେନେରେଟ୍ କରିପାରିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+