ଶପିଂ କଲେ ଶେଖ୍ ହସିନା, ଏତିକି ଟଙ୍କାର କିଣିଲେ ପୋଷାକ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା । ଏହାପରେ ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିବା ଖବର ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ହସିନା ଦିଲ୍ଲୀର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ । ବର୍ତ୍ତମାନ ସେ ଭାରତର ଏକ ସୁରକ୍ଷିତ ସ୍ଥାନରେ ରହିଛନ୍ତି ।

sheikh hasina

ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି । ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି । ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଥିଲା । ଏହି ସମୟରେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହାସିନା କିଣିଛନ୍ତି ।

ସୂଚନାନୁସାରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତକାଲି ହିଣ୍ଡନ ବାୟୁସେନା ଷ୍ଟେସନରେ ଥିବା ସପିଂ କମ୍ପେ୍ଲକ୍ସରୁ ତାଙ୍କ ଭଉଣୀ ତଥା ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ । ସେ ଏଠାରେ ଏବଂ ନିଜ ଭଉଣୀ ପାଇଁ ପୋଷାକ କିଣିଥିଲେ । ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୩୦,୦୦୦ ଟଙ୍କା ମୂଲ୍ୟର ଶପିଂ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+