ଶବ ପୋଡିବାକୁ ଆସି ଶବ ପାଲଟିଲେ : ମୃତ୍ୟୁ ସଂଖ୍ୟା ପହଞ୍ଚିଲା 23

ଉତ୍ତରପ୍ରଦେଶର ମୁଦାଦନଗରେ ଶ୍ମଶାନ ଘଟଣାରେ ଛାତ ଭୁଶୁଡି 23 ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଛି

ଗାଜିଆବାଦ୍ : ଲକ୍ଷ୍ମୋର ଗାଜିବାଦ୍ ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ମଶାନ ଘାଟିରେ ଶବ ପୋଡିବାକୁ ଆସିଥିବା ଲୋକଙ୍କ ଉପରେ ଛାତ ଭୁଷୁଡି ପଡିଛି । ଏବେ ସୁଦ୍ଧା ଏହି ଘଟଣାରେ 23 ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ସେହିପରି 38 ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ
ଗାଜିଆବାଦର ଏହି ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ସେ ଲେଖିଛନ୍ତି ମରାଦନଗର, ଗାଜିଆବାଦରେ ଥିବା ଶ୍ମଶାନରେ ଛାତ ଭୁଶୁଡିବା ଘଟଣା ଅତ୍ୟନ୍ତ ଦୁଃଖଦ । ମୃତ ପରିବାର ପ୍ରତି ମୋର ସମଦେବଦା । ଏଥିସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ଉତ୍ତରପ୍ରଦେଶର ମୁଦାଦନଗରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଖବର ଅତ୍ୟନ୍ତ ମର୍ମାହତ କରିଛି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଶୋକଶନ୍ତପ ପରିବାରବର୍ଗଙ୍କୁ ଭଗବାନ ସାହସ ଦେବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।


ଅପରପକ୍ଷରେ ଉକ୍ତ ଘଟଣାର ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ମୃତ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+