ଅଜିଠୁ ମିଳିବ କୋଭିଡ ବୂଷ୍ଟର ଡୋଜ, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ
ଭୁବନେଶ୍ବର: ଅଜିଠୁ ମିଳିବ କରୋନା ବୁଷ୍ଟର ଡୋଜ । ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଅର୍ଥାତ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରର ନାଗରିକଙ୍କୁ ଏହି ଟୀକା ଦିଆଯିବ । ୨ୟ ଡୋଜ ଟୀକା ନେବାର ୩୯ ସପ୍ତାହ ସମ୍ପୂର୍ଣ ହୋଇଥିବା ଲୋକଙ୍କୁ ଏହି ବୂଷ୍ଟର ଡୋଜ ପ୍ରଦାନ କରାଯିବ। ଏହି ଟୀକା ପାଇବା ପାଇଁ ନାଗରିକଙ୍କୁ କୋ-ୱିନ୍ ଆପ ମାଧ୍ୟମରେ ସ୍ଲଟ ପଞ୍ଜୀକରଣ କରିବାକୁ ପଡିବ ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୬୦ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ପ୍ରିକସନ୍ ଡୋଜ୍ ନେବାକୁ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ କୁ ଯେଉଁଦିନ ୩୯ସପ୍ତାହ ପୁରୁଥିବ ସେହି ଦିନ ଟିକା ନେବା ପାଇଁ ପଞ୍ଜୀକୃତ ନମ୍ବରରେ ମେସେଜ୍ ପଠାଯାଉଛି। ଏହାପରେ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ। ଟିକାକରଣ ଯେତେବେଳେ ଆରମ୍ଭ ହୋଇଥିଲା । ସେତେବେଳେ ବହୁତ କମ୍ ଲୋକ ଟିକା ନେଇଥିବାରୁ ଏବେ ପ୍ରିକସନ୍ ଡୋଜ୍ ପାଇଁ ଭିଡ଼ ହେବନି। ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି।












Click it and Unblock the Notifications