ହ୍ବାଟ୍ସଆପ ଜରିଆରେ ପାଇପାରିବେ ନିଜ କୋଭିଡ ଟିକକରଣ ସାର୍ଟିଫିକେଟ, ଆସନ୍ତୁ ଜାଣିବା ଉପାୟ
ଭୁବନେଶ୍ବର: କରୋନା ସଂକ୍ରମଣ ଦେଶର ବିଭିନ୍ନ ରାଜ୍ୟରେ ପୁଣି ଦ୍ରୁତ ଗତିରେ ବଢିବାରେ ଲାଗିଛି। ସରକାରଙ୍କ ପକ୍ଷରୁ କୋବିଡ ଟୀକାକାରଣ ପାଇଁ ଅଧିକ ଗୁରୁତ୍ଵ ଦିଆ ଯାଉଛି। ଏଥି ସହିତ ବିଭିନ୍ନ ସରକାରୀ ଅନୁଷ୍ଠାନ, ବିମାନ ଯାତ୍ରା ଏବଂ ଏପରିକି ମନ୍ଦିରରେ ପ୍ରବେଶ ପାଇଁ ମଧ୍ୟ କୋବିଡ ଦୁଇଟି ଟିକା ପ୍ରଦାନ ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟ କରାଯାଇଛି। ଅର୍ଥାତ ଆପଣଙ୍କ ପାଖରେ ଯଦି ସାର୍ଟିଫିକେଟ ନାହିଁ ତେବେ ଆପଣଙ୍କୁ ଅସୁବିଧା ଭୋଗ କରିବାକୁ ପଡିପାରେ। ପଣ ଦୁଇଟି ଯାକ ଟୀକା ନେଇସାରିଛନ୍ତି, ତେବେ ହଟାତ ଆପଣଙ୍କୁ ଯଦି ସାର୍ଟିଫିକେଟ ଦେଖାଇବାକୁ ପଡିବ, ତେବେ କେମିତି ସାର୍ଟିଫିକେଟ ପାଇବେ? ଆପଣଙ୍କୁ ସହଜରେ କୋବିଡ ସାର୍ଟିଫିକେଟ ମିଳିବ କେମିତି ସେନେଇ ଆମେ ପୁରା ସୂଚନା ପ୍ରଦାନ କରିବୁ:

କୋଭିଡ ଟୀକାକରଣ ସାର୍ଟିଫିକେଟ ଡାଉନଲୋଡ କରନ୍ତୁ ଅତି ସହଜରେ:
ନିଜ ମୋବାଇଲରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ଏହି ହ୍ବାଟ୍ସଆପ ନମ୍ବରଟିକୁ ସେଭ୍ କରନ୍ତୁ। ହ୍ବାଟ୍ସଆପ ଖୋଲି ଆପଣ ଏଥିରେ "hi" ଟାଇପ୍ କରନ୍ତୁ। ଏହା ପରେ ଆପଣଙ୍କ ହ୍ବାଟ୍ସଆପରେ ମେସେଜ୍ ଆସିବ। ଏଥିରେ "Cowin" ସେବା ପାଇଁ 1 ଟାଇପ୍ କରନ୍ତୁ। ଏହା ପରେ ଆପଣଙ୍କୁ ବିଭିନ୍ନ ବିକଳ୍ପ ଦେଖାଯିବ। ଆପଣ ଏଥର କୋଭିଡ୍ ସାର୍ଟିଫିକେଟ ବିକଳ୍ପକୁ ଚୟନ କରନ୍ତୁ। ଆପଣ କୋଭିଡ୍ ଟୀକାକରଣ କରିଥିବା ବେଳେ ଯେଉଁ ମୋବାଇଲ୍ ନମ୍ବର ପ୍ରଦାନ କରିଥିଲେ ସେହି ନମ୍ବରକୁ ଏକ ଓଟିପି ବା ୱାନ୍ ଟାଇମ୍ ପାସୱାର୍ଡ ଆସିବ। ଏହି ଓଟିପି ୬-ଟିକିଆ ନମ୍ବର ହୋଇଥାଏ। ଆପଣ ଏହି ଓଟିପି ପ୍ରଦାନ କଲେ ତତ୍କ୍ଷଣାତ୍ ମିଳିଯିବ କୋଭିଡ୍ ସାର୍ଟିଫିକେଟ୍। ଏହି ସାର୍ଟିଫିକେଟ୍ ଆପଣ ନିଜ ମୋବାଇଲ୍ରେ ଡାଉନଲୋଡ କରି ସାଇତି ରଖି ପାରିବେ।
ଯଦି ଗୋଟିଏ ନମ୍ବରରେ ଏକାଧିକ ସଦସ୍ଯ ଟୀକା ନେଇଥାନ୍ତି:
କିଛି ଲୋକ ପରିବାରର ଏକାଧିକ ସଦସ୍ଯଙ୍କ ପାଇଁ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରିଥାନ୍ତି। ଯଦି ଆପଣ ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ପରିବାର ସଦସ୍ୟମାନଙ୍କର ଟୀକାକରଣ କରିଛନ୍ତି ତେବେ ସମସ୍ତଙ୍କ ସାର୍ଟିଫିକେଟ ସେହି ଏକା ନମ୍ବରରେ ପ୍ରାପ୍ତ ହୋଇପାରିବ। ଏହି ପରିସ୍ଥିତିରେ ଆପଣ ଯେଉଁ ସଦସ୍ଯଙ୍କ ସାର୍ଟିଫିକେଟ ଡାଉନଲୋଡ କରିବା ଚାହୁଁଛନ୍ତି, ସେହି ସଦସ୍ଯଙ୍କ ନାମ ଚୟନ କରିପାରିବେ।












Click it and Unblock the Notifications