ମେଡାଲ ଆଣ, ଚାକିରି ପାଇବ: ବିହାର ଉପ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର କହିଛନ୍ତି ଯେ ବିହାରରେ ଯେଉଁ ଖେଳାଳି ପଦକ ଆଣିବେ ତାଙ୍କୁ ଚାକିରି ମିଳିବ । ଶନିବାର ଏକ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଉ ସେଠାରେ ସଭାକୁ ସମ୍ଭୋଦିତ କରିବା ସମୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏକ କଥା ଥିଲା ଯେ 'ଯଦି ତୁମେ ଭଲ ପଢ଼ିବ ତେବେ ତୁମେ ନବାବ ହୋଇଯିବ ...

tejashwi yadav

ଯଦି ତୁମେ ଖେଳ କୁଦ କରିବ , ତୁମେ ଏକ ଖରାପ ବ୍ୟକ୍ତି ହୋଇଯିବ ... 'କିନ୍ତୁ ବର୍ତ୍ତମାନ ଏହି ସବୁ କଥା ପରିବର୍ତ୍ତନ ହୋଇଛି । । ବର୍ତ୍ତମାନ, ଇଣ୍ଟେଲିଜେନ୍ସ ଏବଂ କ୍ରୀଡ଼ାର ଯୁଗ । ଏପରି ପରିସ୍ଥିତିରେ, ବର୍ତ୍ତମାନ ପିଲାମାନେ ଆଇଫୋନ୍ ଏବଂ ଟ୍ୟାବ୍ ଛାଡି ଖେଳ ପଡିଆକୁ ଯିବାର ଆବଶ୍ୟକତା ଅଛି ।

ଏକ କାର୍ଯ୍ୟକ୍ରମ ସମୟରେ ତେଜସ୍ୱୀ ଆହୁରି କହିଥିଲେ, ଖେଳରେ ଯିଏ ପଦକ ଆଣିବେ ସେ ଚାକିରି ପାଇବେ । ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ବିହାରର ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ସମ୍ବନ୍ଧୀୟ ପରିବେଶ ଦୃଶ୍ୟମାନ ହେବା ଉଚିତ । ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ନୀତି ଆଣିଛୁ । ଆଜି ଲୋକମାନେ ପାଠପଢ଼ି ଶିକ୍ଷିତ ହେବା ପରେ ମଧ୍ୟ ଚାକିରି ପାଇପାରୁ ନାହାନ୍ତି । ପାଖରେ ଡିଗ୍ରୀ ଅଛି କିନ୍ତୁ ଚାକିରି ପାଇପାରୁ ନାହାନ୍ତି । ଆମ ସମାଜର ସମସ୍ୟା ହେଉଛି ବେକାରୀ । ଆମ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ନୀତି ପ୍ରସ୍ତୁତ କରିଛୁ । ଆମେ କ୍ରୀଡା ସହିତ ଜଡିତ ୮୧ ଜଣଙ୍କୁ ଚୟନ କରିଛୁ । ସେମାନଙ୍କ ଆମେ ଚାକିରି ମାଧ୍ୟମରେ ଅଧିକାରୀ କରୁଛୁ । ଆମେ ଶୀଘ୍ର ସେହି ଲୋକଙ୍କୁ କାର୍ଯ୍ୟରେ ଯୋଗଦେବା ଚିଠି ମଧ୍ୟ ଦେବୁ ।

ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡାର କାର୍ଯ୍ୟକ୍ରମ ଦୃଶ୍ୟମାନ ହେବା ଉଚିତ । ବିଶେଷକରି ବିହାରର ଗ୍ରାମାଞ୍ଚଳରେ ମଧ୍ୟ ଏହି ପରିବେଶ ସୃଷ୍ଟି ହେବା ଆବଶ୍ୟକ । ଗରିବ ଲୋକ ମଧ୍ୟ ଶିକ୍ଷାର ଅଧିକାର ମିଳୁ, ସେମାନେ ଗୁଣାତ୍ମକ ଶିକ୍ଷା ମଧ୍ୟ ପାଆନ୍ତୁ, ଏଥିପାଇଁ ବିହାର ସରକାର ପ୍ରାୟ ୧ ଲକ୍ଷ ୩୨ ହଜାର ଶିକ୍ଷକ ନିଯୁକ୍ତି କରିଛନ୍ତି ।

ସେ ଆଗକୁ ଆହୁରି କହିଥିଲେ, ବେରୋଜଗାରୀଙ୍କୁ ଚାକିରୀ ଯୋଗାଇବା ପାଇଁ ବିହାର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏହି କ୍ରମରେ, ବିପିଏସସିରୁ ପୁନଃ ସ୍ଥାପିତ ୧ ଲକ୍ଷ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ସମେତ ଗ୍ରାମୀଣ କାର୍ଯ୍ୟ ବିଭାଗରେ ବମ୍ପର ନିଯୁକ୍ତି ଚାଲିଛି । ଏଥିସହ ବିହାରର ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ର ଏବଂ ବିଭାଗରେ ନିଯୁକ୍ତ କରାଯାଉଛି । ରାଜନୀତି ବିଶେଷଜ୍ଞଙ୍କ ମତରେ ି ଯେ ତେଜସ୍ୱୀ ଯାଦବ ଦେଇଥିବା ପ୍ରତିଶୃତି ହିସାବରେ ଚାକିରି ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+