Get Updates
Get notified of breaking news, exclusive insights, and must-see stories!

ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚାନସେଲର ଫ୍ରେଡରିକ୍ ମ

ଭାରତରେ ଜର୍ମାନ ଚାନ୍ସେଲର । ସୋମବାର ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚାନସେଲର ଫ୍ରେଡରିକ୍ ମର୍ଜ୍ । ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିଛନ୍ତି । ଭାରତରେ ସେ ଦୁଇ ଦିନ ରହିବେ । ଏହା ସରକାରୀ ଭାବେ ଫ୍ରେଡରିକଙ୍କ ପ୍ରଥମ ଭାରତ ଗସ୍ତ ଅଟେ ।

Friedrich M nchen

ରିପୋର୍ଟ ଅନୁସାରେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରେବରିକଙ୍କୁ ଭେଟିବେ । ସକାଳ୯ଟା୩୦ମିନିଟରେ ଉଭୟ ସାବରମତୀ ଆଶ୍ରମ ଗସ୍ତ କରିବେ । ଆହୁରି ମଧ୍ୟ ସାବରମତୀନଦୀ କୂଳରେ ଏକ ଗୁଡି ଉତ୍ସବରେ ଉଭୟ ନେତା ସାମିଲ ହେବେ । ଏହାପରେ ଗାନ୍ଧୀ ନଗରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ । ଏହାସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ବାବଦରେ ଆଲୋଚନା ହେବ । ବାଣିଜ୍ୟ କାରବାର, ପ୍ରତିରକ୍ଷା ଏବଂ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗରେ ମୋଦୀ ଏବଂ ଫ୍ରେଡରିକ୍ କଥା ହେବେ ବୋଲି କୁହାଯାଉଛି ।

ଫ୍ରେଡରିକଙ୍କ ଭାରତ ଗସ୍ତ ସେହି ସମୟରେ ହୋଇଛି ଯେତେବେଳେ ଆମେରିକା ଲଗାତାର ଭାବେ ଭାରତ ଉପରେ ଟାରିଫ୍ ବୃଦ୍ଧିର ଧମକ ଦେଉଛି । ଏହାସହ ବିଶ୍ୱର ଅନେକ ସ୍ଥାନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାପୂର୍ବରୁ ଦୁଇ ନେତା କାନାଡାରେ ଆୟୋଜିତ ଜି-୭ସମ୍ମିଳନୀରେ ସାକ୍ଷାତ କରିଥିଲେ । ସେହି ସମୟରେ ମୋଦୀ ଫ୍ରେଡରିକଙ୍କୁ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ ।

ଆହୁରି ମଧ୍ୟ ଆସନ୍ତା ଜାନୁଆରୀ୨୭ତାରିଖରେ ଭାରତ-ୟୁରୋପିୟନ ୟୁନିଅନ ସମ୍ମିଳନୀ ଆୟୋଜିତ ହେବ । ତେଣୁ ପ୍ରେଡରିକ୍ଙ୍କ ଦୁଇଦିନିଆ ଭାରତ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+