ଜେନୋମ ଇଣ୍ଡିଆ ପ୍ରକଳ୍ପ ଦେଶର ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି; ପ୍ରଧାନମନ୍ତ୍ରୀ
ବିଭିନ୍ନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ୱ ଭାରତ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଳୀରେ ଆୟୋଜିତ ଜେନୋମିକ୍ସ ଡାଟା କନକ୍ଲେଭରେ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜେନୋମ ଇଣ୍ଡିଆ ପ୍ରୋଜେକ୍ଟ ଦେଶର ବାୟୋଟେକ୍ନେଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଜୈବିକ ଅର୍ଥନୀତି ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜୈବ ଅର୍ଥନୀତି ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଦେଶର ଜୈବ ଅର୍ଥନୀତିର ମୂଲ୍ୟ ୧୦ ବିଲିୟନ ଡଲାର ଥିବା ବେଳେ ଏବେ ଏହା ୧୫୦ ବିଲିୟନ ଡଲାରକୁ ବୃଦ୍ଧି
ପାଇଛି। ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ବିକଶିତ କରାଯିବା ସହ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।












Click it and Unblock the Notifications