ନୂଆ ସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ନୂଆ ସେନା ମୁଖ୍ୟ ହେଲେ ଉପେନ୍ଦ୍ର ଦ୍ୱିବେଦୀ । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଅବସର ନେଇଛନ୍ତି । ଚୀନ ଓ ପାକିସ୍ତାନ ସୀମାରେ ବ୍ୟାପକ ସୁରକ୍ଷା ପରିଚାଳନାଗତ ଅଭିଜ୍ଞତା ଥିବା ଜେନେରାଲ୍ ଦ୍ୱିବେଦୀ ପୂର୍ବରୁ ସେନା ଉପମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ, ଚଳିତବର୍ଷ ଫେବୃଆରୀ ୧୯ରେ ଉପେନ୍ଦ୍ର ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ ।

ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ଯ୍ୟ ଲାଗି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ଆଲୁମନି ହେଉଛନ୍ତି ଦ୍ୱିବେଦୀ । ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲସରେ ଯୋଗଦେଇଥିଲେ ।

Upendra Dwivedi

ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ୪୦ ବର୍ଷର ଚାକିରି କାଳରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । କମାଣ୍ଡ ଅଫ୍ ରେଜିମେଣ୍ଟ (୧୮ ଜମ୍ମୁ-କଶ୍ମୀର ରାଇଫଲ୍ସ), ବ୍ରିଗେଡ୍ (୨୬ ସେକ୍ଟର ଆସାମ ରାଇଫଲ୍ସ), ଆସାମ ରାଇଫଲ୍ସ (ପୂର୍ବ) ଡିଆଇଜି ମଧ୍ୟ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+