ଆଜି ଅନ୍ତିମ ସଂସ୍କାର ହେବ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱ୍ବତଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଏବେ ଦିଲ୍ଲୀରେ ରଖାଯାଇଛି। ଆଜି ଜେନରାଲ ରାୱାତଙ୍କ ପାର୍ଥିବ ଶରୀରକୁ ପତ୍ନୀ ମଧୁଲିକାଙ୍କ ସମେତ ଅନ୍ତିମ ସଂସ୍କାର କରାଯିବ। ସମ୍ପୂର୍ଣ ମିଲିଟାରୀ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ଗତକାଲି ସିଡିଏସ ରାୱତଙ୍କ ମର ଶରୀରକୁ ନୂଆଦିଲ୍ଲୀ ଅଣା ଯାଇଥିଲା। ଆଜି ବରିଷ୍ଠ ଅଧିକାରୀ, ସେନା ଅଧିକାରୀ ଏବଂ ଅନ୍ଯାନ୍ଯ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ପାଇଁ ସିଡିଏସ ରାୱତଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ। ପରେ ଅନ୍ତିମ ସଂସ୍କାର କରାଯିବ ସମ୍ପୂର୍ଣ ମିଲିଟରି ସମ୍ମାନ ସହିତ। ସୂଚନାଯୋଗ୍ୟ ଯେ, ବରିଷ୍ଠ ସେନା ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରୀ ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ମୁଖ୍ୟ ପ୍ରତିରକ୍ଷା ଅଧିକାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୪ ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଜଣେ ଅଧିକାରୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications