ଭାରତ ରତ୍ନ ଦେବାର ନିୟମକୁ ଭାଙ୍ଗିଛି କେନ୍ଦ୍ର , ବିଜେପି ଉପରେ ଏଭଳି ଅଭିଯୋଗ ଆଣିଲେ ଗେହଲୋଟ
Bharat Ratna: ଚଳିତ ବର୍ଷ କେନ୍ଦ୍ର ସରାକର ୫ ଜଣ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ଦେବା ଲାଗି ଘୋଷଣା କରିଛନ୍ତି । ଏଥିମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ପରେ ଦିଆଯାଉଛି । ବିହାରର ପୂର୍ବତନ ସିଏମ କର୍ପୁରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, କୃଷି ବୈଜ୍ଞାନିକ ଏମଏସ ସ୍ୱାମିନାଥନ ଏବଂ ପୂର୍ବତନ ଡେପୁଟି ପିଏମ ଏଲ.କେ ଆଡଭାନୀଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।
କେନ୍ଦ୍ରର ଏହି ନିଷ୍ପତ୍ତିକୁ ନେଇ ରାଜସ୍ଥାନର ପୂର୍ବତନ ସିଏମ୍ ଅଶୋକ ଗେହଲୋଟ୍ କେବଳ ଏହି ନିଷ୍ପତ୍ତିକୁ ସ୍ୱାଗତ କରିନାହାଁନ୍ତି ବରଂ କେନ୍ଦ୍ରରେ ବିଜେପି ସରକାରଙ୍କୁ ଏହି ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି । ଅଶୋକ ଗେହଲୋଟ୍ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ୫ ଜଣ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ଏହି ବ୍ୟକ୍ତିତ୍ୱମାନଙ୍କ ପ୍ରତି ମୋର ଅପାର ସମ୍ମାନ ରହିଛି ଏବଂ ଦେଶରେ ସେମାନଙ୍କର ଅବଦାନ ଅତୁଳନୀୟ ।

ତେବେ ଏଥିରୁ ଜଣାପଡୁଛି ଯେ ଗୋଟିଏ ବର୍ଷରେ ସର୍ବାଧିକ ୩ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ନିୟମ ଭଙ୍ଗ କରି ଏହି ସମ୍ମାନ ଦିଆଯାଉଛି । ଏଥିରୁ ଗୋଟିଏ କଥା ହିଁ ସ୍ପଷ୍ଟ ଯେ ଭାରତ ରତ୍ନକୁ ଏବେ ରାଜନୀତିକରଣ କରାଯାଇଛି ଏବଂ ଭାରତ ରତ୍ନର ସମ୍ମାନ ହ୍ରାସ ପାଇଛି । ମୁଁ ଭାବୁନାହିଁ ଯେ ଏନଡିଏ ଏହି ନିଷ୍ପତ୍ତିରୁ ଅଧିକ ଲାଭ ପାଇବ ।
ଗେହଲୋଟ୍ ଆହୁରି କହିଛନ୍ତି ଯେ ସେହି ବ୍ୟକ୍ତିତ୍ୱର କାର୍ଯ୍ୟକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରିବା ଉଚିତ୍ । ଗେହଲୋଟ୍ କହିଛନ୍ତି, ଯଦି ଏନଡିଏ ସରକାର ପ୍ରକୃତରେ ତାଙ୍କ ଅବଦାନକୁ ସମ୍ମାନ ଦେବାକୁ ଚାହାଁନ୍ତି, ତେବେ ପଛୁଆ ବର୍ଗର ଉନ୍ନତି ପାଇଁ ଶ୍ରୀ କର୍ପୁରୀ ଠାକୁରଙ୍କ ଉଦ୍ୟମକୁ ଆଗକୁ ବଢ଼ାଇବା ପାଇଁ ଏକ ଜାତିଗତ ଜନଗଣନା କରିବା ଉଚିତ୍ ।












Click it and Unblock the Notifications